ଏଚ.ଡ଼ି. କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ଧାରଣାରେ ବସିଲେ ବିଜେପି ବିଧାୟକ
1 min read
ଆଓରି-ନୂଆଦିଲ୍ଲୀ(୧୦/୦୭) : କର୍ଣ୍ଣାଟକରେ ସୃଷ୍ଟ ଅଚଳାବସ୍ଥା ଜଟିଳ ଆକାର ଧାରଣ କରୁଥିବା ବେଳେ ବିଜେପିର ଏକ ପ୍ରତିନିଧି ଦଳ ବୁଧବାର ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ପରେ କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବି.ଏସ. ୟେଦୁରପ୍ପା କହିଛନ୍ତି ଯେ ସେମାନେ ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି। କଂଗ୍ରେସ-ଜେ.ଡି.ଏସ୍. ମେଣ୍ଟରୁ ୧୪ ଜଣ ବିଧାୟକ ଇସ୍ତଫା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସଂଖ୍ୟାଗରିଷ୍ଠତା ହରାଇଛନ୍ତି ତେଣୁ ବିଧାନସଭା ଅଧିବେଶନ ଡାକିବା କିମ୍ବା ସଂଖ୍ୟା ଗରିଷ୍ଠତା ପ୍ରମାଣର ଆଉ ଆବଶ୍ୟକତା ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।
ବେଙ୍ଗାଲୁରୁଠାରେ ବି.ଜେ.ପି. ବିଧାୟକମାନେ ରାଜ୍ୟ ସଚିବାଳୟସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପାଙ୍କ ସମେତ ବି.ଜେ.ପି.ର ବହୁ ନେତା’ ରାଜ୍ୟଶାଖା ସଭାପତି ବି.ଏସ୍. ୟେଦୁରପ୍ପାଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି। ଇତିମଧ୍ୟରେ କଂଗ୍ରେସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।