April 19, 2024

ଜାମ୍ମୁ କାଶ୍ମୀର ସରକାରରୁ ଇସ୍ତଫା ଦେଲେ ବିଜେପିର ୯ ମନ୍ତ୍ରୀ

1 min read

ଆଓରି(ତା୧୮|୪)- 

କଠୁଆ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଜାମ୍ମୁ କାଶ୍ମୀର ରାଜନୀତିରେ ଭୂମିକମ୍ପ ସୃଷ୍ଟି ହୋଇଛି । ଜାମ୍ମୁ କାଶ୍ମୀର ସରକାରରୁ ବିଜେପିର ୯ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ ସବୁ ମନ୍ତ୍ରୀ ଇସ୍ତଫାପତ୍ର ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତ ଶର୍ମାଙ୍କୁ ପ୍ରଦାନ କରିଛନ୍ତି । ବୁଧବାର ୯ ମନ୍ତ୍ରୀଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ନିକଟକୁ ପଠାଯିବ । ଏହି ୯ ମନ୍ତ୍ରୀଙ୍କ ଇସ୍ତଫା ପରେ ଆସନ୍ତା ଦିନରେ ମେହବୁବା ମୁଫତିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିପାରେ । ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେିପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । କିଛି ଦିନ ପୂର୍ବରୁ ବିଜେପିର ୨ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହି ୯ ମନ୍ତ୍ରୀଙ୍କୁ ମିଶାଇଲେ ବିଜେପିର ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିବ । ଫଳରେ ଆଗକୁ ଜାମ୍ମୁ କାଶ୍ମୀର ବିଜେପି-ପିଡିପି ମେଣ୍ଟ ସରକାର ଭାଙ୍ଗିଯିବାର ଆଶଙ୍କା ପ୍ରକାଶ ପାଇଛି । ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ମନ୍ତ୍ରିମଣ୍ଡଳରୁ ବିଜେପିର ଶିଳ୍ପ ମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା ଓ ଜଙ୍ଗଲ ମନ୍ତ୍ରୀ ଚୌଧୁରୀ ଲାଲ ସିଂହ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.