April 2, 2023

ମାର୍ଚ୍ଚ ୧୬ରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି

1 min read

ଆଓରି-ନୂଆଦିଲ୍ଲୀ(୧୩/୦୩) : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ଘୋଷଣା କରିଥିଲେ । ନିର୍ବାଚନର ତାରିଖ ଘୋଷଣା ସହ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ କେଉଁ କେଉଁ ନିୟମର ପାଳନ କରିବାକୁ ହେବ, ତାହା ସ୍ପଷ୍ଟ କରିଥିଲେ ନିର୍ବାଚନ କମିସନର । ତେବେ ନିର୍ବାଚନ କମିସନରଙ୍କ ଘୋଷଣା ପରେ ଏବେ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଚୟନର ପ୍ରକିୟାକୁ ସକ୍ରିୟ କରିଥିବା ଜଣା ପଡ଼ିଛି । କିଛି ଦଳ ନିଜ ନିଜର ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରି ସାରିଥିବା ବେଳେ ବିଜେପି ମାର୍ଚ୍ଚ ୧୬ରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣା ପଡ଼ିଛି

ମାର୍ଚ୍ଚ ୧୬ରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧାରୁ ଅଧିକ ଲୋକସଭା ସିଟ୍‌ଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବାକୁ ଯାଉଛି ବିଜେପି । ଏ ନେଇ ବିଜେପି ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୧୬ରେ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ହେବାର ଅଛି । ଏହା ପରେ ମାର୍ଚ୍ଚ ୧୮ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଡ଼କାଇଛନ୍ତି । ଆଶା କରାଯାଉଛି କି ପ୍ରାର୍ଥୀମାନଙ୍କ ଚୟନକୁ ନେଇ ଏହି ବୈଠକରେ ଘୋଷଣା କରାଯିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.