ରାଜନୀତିରାଜ୍ୟ

ନୂଆପଡା ଜିଲ୍ଲା ମହିଳା ମୋର୍ଚ୍ଚାର ମହିଳା ସମ୍ବିଳନୀ ଅନୁଷ୍ଠିତ

ଆଓରି-ଭୁବନେଶ୍ଵର(୨୮/୧୨) : ଗୁରୁବାର ସଦର ବ୍ଳକ ବିରୋମାଲ ପଞ୍ଚାୟତ ଅନ୍ତର୍ଗତ ଦରଲୀ ନୂଆପଡ଼ା ଠାରେ ୮ ନମ୍ବର ଜୋନରେ ବିଜେପି ନୂଆପଡା ଜିଲ୍ଲା ମହିଳା ମୋର୍ଚ୍ଚାର ମହିଳା ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନୂଆପଡ଼ା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ।Mahila-Morcha-Aajira-Odisha ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ନେତ୍ରୀ ଡାକ୍ତର ଲେଖାଶ୍ରୀ ସାମନ୍ତ ସିଂଘାର ମୁଖ୍ୟ ଅତିଥି ଓ  ରଶ୍ମିରେଖା ଦାସ  ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ନୂଆପଡ଼ା ଜିଲ୍ଲା ପ୍ରତି ଅବହେଳା କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବିଶେଷ କରି ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ଅଧିକ ହେଉଥିବା ପ୍ରକାଶକରାଯାଇଥିଲା। ଓଡିଶା ସରକାର ନିଜର ସ୍ୱାର୍ଥ ଲାଗି ସବୁକିଛି ଭୁଲି ଯାଇଛନ୍ତି। ନାରୀଜାତିକୁ ଅସମ୍ମାନ କରୁଥିବା ଏହି ସରକାରକୁ ଆଗାମୀ ଦିନରେ ଦୃଢ଼ ଜବାଦ ଦିଆଯିବ ବୋଲି ସମ୍ମିଳନୀରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button