ଜିଲ୍ଲାରାଜନୀତିରାଜ୍ୟ

ପୁରୀରେ ବିଜେପିର ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ ଆରମ୍ଭ

ଆଓରି-ଭୁବନେଶ୍ଵର(୨୫/୯) : ବିଜେପିର ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି। ସ୍ଥାନୀୟ ହୋଟେଲ ଗୋଲଡେନ୍‌ ପ୍ୟାଲେସଠାରେ କେନ୍ଦ୍ରୀୟ ମହିଳା ମୋର୍ଚ୍ଚା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ବିଜୟା ରାହେତକର ପୁରୀରେ ପହଞ୍ଚିଥିଲେ। ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ମହିଳାମାନେ ଏକ ଶୋଭାଯାତ୍ରାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀଙ୍କୁ ସଭାସ୍ଥଳକୁ ନେଇଥିଲେ। ସନ୍ଧ୍ୟାରେ ରାହେତକରଙ୍କ ଉପସ୍ଥିତିରେ କେନ୍ଦ୍ରୀୟ କମିଟିରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ବିଭିନ୍ନ ରାଜ୍ୟର ମହିଳା ମୋର୍ଚ୍ଚାର ସଭାପତି ଓ ସଂପାଦକ, କେନ୍ଦ୍ରୀୟ ମହିଳା ନେତୃତ୍ୱ ପୁରୀରେ ପହଞ୍ଚିଥିଲେ। ମଧ୍ୟାହ୍ନ ୧୨ଟା ବେଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପୁରୀରେ ପହଞ୍ଚି ଶରଧାବାଲିରେ ଆୟୋଜିତ ମହିଳା କାର୍ଯ୍ୟକାରିଣୀ ସମାବେଶରେ ଉଦ୍‌ବୋଧନ ଦେବେ। ସେଠାରୁ ଆସି ମହିଳା କାର୍ଯ୍ୟକାରିଣୀକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ଅପରାହ୍ନରେ ସର୍କିଟ ହାଉସ୍‌ଠାରେ ଆୟୋଜିତ ଏକ ବୈଠକରେ ରାଜ୍ୟ କମିଟି ସହିତ ଆଲୋଚନା କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button