ରାଜନୀତିରାଜ୍ୟ

ଘସିପୁରା ପଲଟିକାଲ ମର୍ଡର ପାଇଁ ବଦ୍ରି ନାରାୟଣ ପାତ୍ର ଏବଂ ପଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେପି ନେତା ଦାମ ରାଉତ

ଆଓରି-ଭୁବନେଶ୍ୱର(୨୭/୦୩) : ନିର୍ବାଚନ ପୂର୍ବରୁ ପୂର୍ବତନ ସ୍ୱାଧୀନ ବିଧାୟକଙ୍କୁ ହତ୍ୟା ପରେ ରାଜନୀତି ସରଗରମ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ଦଳ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ଲାଗିଥିବା ବେଳେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଘସିପୁରା ପଲଟିକାଲ ମର୍ଡର ପାଇଁ ବଦ୍ରି ନାରାୟଣ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ।

ବିଶେଷ କରି ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପରିବାରର ସଂପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି । କେବଳ ଏତିକି ନୁହେଁ ଏହି ଜଘନ୍ୟ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ଭୂମିକା ରହିଛି । ଏଭଳି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ବିଜେପି ବରିଷ୍ଠ ନେତା ଡ. ଦାମୋଦର ରାଉତ ।

ସୋମବାର ରାତିରେ ୧୪ଜଣ ଦୁର୍ବୃତ୍ତ ରାମଚନ୍ଦ୍ରଙ୍କୁ ତାଙ୍କ ଧକୋଟା ସ୍ଥିତ ବାସଭବନରୁ ବହାରକୁ ଡାକି ନେଇଥିଲେ । ଏହାପରେ ସଂଘବନ୍ଧ ଭାବେ ଖଣ୍ଡା ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ଦୁଇଟି ଯାକ ହାତ ଓ ଗୋଡ଼କୁ କାଟି ଦେଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ରାମଚନ୍ଦ୍ରଙ୍କ ହତ୍ୟାରେ ବଦ୍ରି ପାତ୍ରଙ୍କ ପରିବାର ଓ ତାଙ୍କ ବଡ଼ ପୁଅଙ୍କ ସଂପୃକ୍ତି ରହିଛି । ଗତ ୩ଦିନ ତଳେ ବଦ୍ରି ପାତ୍ର ଓ ପାଣ୍ଡିଆନଙ୍କ ମଧ୍ୟରେ ଟିକେଟ୍‌ ପାଇଁ ଡିଲ୍‌ ହୋଇଥିଲା । ତେବେ ବଦ୍ରିଙ୍କୁ ଟିକେଟ୍‌ ମିଳିବା ଫାଇନାଲ ହେବା ପରେ ଭୟଭୀତ କରି ଭୋଟ୍‌ ପାଇଁ ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଦାମ କହିଛନ୍ତି । ସେ କହିଛନ୍ତି ଯେ, ହତ୍ୟାକାଣ୍ଡ ପଛରେ ପାଣ୍ଡିଆନଙ୍କ ହାତ ରହିଛି । ସେଠାରେ ବଦ୍ରିପାତ୍ରଙ୍କ ପରିବାର ଲୋକଙ୍କୁ ସବୁ ବେଳେ ଡରେଇ ଧମକେଇ ରଖିଥାନ୍ତି । ବିଜୁ ଯୁବ ବାହିନୀ କହିଲେ ବଦ୍ରିପାତ୍ରଙ୍କ ପୁଅମାନଙ୍କୁ ବୁଝାଏ ।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଘରୁ ଡାକି ନେଇ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ।

 

Related Articles

Leave a Reply

Your email address will not be published. Required fields are marked *

Back to top button