April 19, 2024

ମଣ୍ଡି ପରିଦର୍ଶନ କଲେ ବିଜେପି ଗଜପତି କୃଷକ ମୋର୍ଚ୍ଚା ଟିମ୍

1 min read
Krushaka-Morcha-Team-Aajira-Odisha

ଆଓରି-ଭୁବନେଶ୍ଵର(୨୨/୧୦) : ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲା ଗସ୍ତ କରି ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳର କିଛି ମଣ୍ଡି ପରିଦର୍ଶନ କରିଛନ୍ତି ।  ମଣ୍ଡିରେ ଧାନ କିଣାରେ ଅନନିୟମତିତା  ହେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ବିପୁଳ ପରିମାଣର ଧାନ ଆନ୍ଧ୍ରକୁ ଚାଲାଣ ହେଉଛି। ଫଳରେ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି । ଗୋଟିଏ ପଟେ ଆନ୍ଧ୍ର ବେପାରି ମାଲାମାଲ ହେଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିବାରେ ଲାଗିଛି । ଏଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଜନଅସନ୍ତୋଷ ତେଜିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.