May 19, 2024

ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି କୃଷକ ମୋର୍ଚ୍ଚା

1 min read
Kusha-Puttalika-Daho-Aajira-Odisha

ଆଓରି-ଭୁବନେଶ୍ଵର(୨୮/୧୨) : ଧାନମଣ୍ଡି ମାନଙ୍କରେ ଚାଷୀଙ୍କଠାରୁ ଧାନ ନେବାବେଳେ ସରକାରୀ ବାବୁମାନେ ବିଭିନ୍ନ ବାହାନା କରି ଧାନର ପରିମାଣକୁ କମ ଦେଖାଉଛନ୍ତି । ଫଳରେ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପରିକି ବହୁକ୍ଷେତ୍ରରେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ମଣ୍ଡିରେ ରାତିଦିନ ବସିରହିଥିବାବେଳେ ଠିକ ସମୟରେ ଧାନ ଗ୍ରହଣ କରାଯାଉନାହିଁ ।

ଯାହାଦ୍ୱାରା ଚାଷୀ ବାଧ୍ୟହୋଇ ଦଲାଲକୁ ଧାନ ବିକ୍ରୀ କରୁଛନ୍ତି । ଏସବୁର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଥମୁନି ଚାଷୀଙ୍କ ସମସ୍ୟା । ଗୋଟିଏ ପରେ ଗୋଟିଏ ସମସ୍ୟା ଚାଷୀଙ୍କୁ ପକାଉଛି ଚିନ୍ତାରେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.