ରାଜ୍ୟ

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଜେପି କୃଷକ ମୋର୍ଚାର ବିକ୍ଷୋଭ

ଆଓରି-ଭୁବନେଶ୍ଵର(୨୯/୧୨) : ଡିସେମ୍ବର ମାସ ସରିଗଲା, ଧାନ ମଣ୍ଡି ଖୋଲାଗଲା ନାହିଁ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏଯାଏ ମଣ୍ଡି ଖୋଲିପାରିଲେ ନାହିଁ। ଅନ୍ୟପଟେ ଅଭାବୀ ବିକ୍ରିର ଫାଇଦା ନେଇ ଆନ୍ଧ୍ର ବେପାରି ଓଡ଼ିଶାରୁ ଧାନ କିଣୁଛନ୍ତି। ବାକି ଧାନ ଛତିଶଗଡକୁ ଚୋରା ଚାଲାଣ ହେଉଛି। ଏମିତି ଅଭିେଯାଗ ଆଣି ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଜେପି କୃଷକ ମୋର୍ଚା ବିକ୍ଷୋଭ କରିଛି।

ମୋର୍ଚାର ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ଵାଳ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମିଲ ମାଲିକଙ୍କ ଦଲାଲମାନେ କମ ଦରରେ ଧାନ କିଣିନେଇ ନକଲି କାର୍ଡ ଦ୍ଵାରା ମଣ୍ଡିରେ କାଗଜପତ୍ର କରାଇ ନେଉଛନ୍ତି। ଏମିତି ଢଙ୍ଗରେ ପ୍ରତିଦିନ କୋଟି କୋଟି ଟଙ୍କା ହଡପ ଚାଲିଛି। ସରକାର ସପ୍ତାହରେ ଦିନଟିଏ ମଣ୍ଡି ଖୋଲୁଛନ୍ତି। ଏହା ପର୍ଯ୍ୟାପ୍ତ ନୁହେଁ। ସେହିପରି ଏଫଓକ୍ୟୁ ଆଳରେ କ୍ବିଣ୍ଟାଲ ପିଛା ୫ରୁ ୧୦ କେଜି କଟନି ଛଟନି କରି ଚାଷୀଙ୍କୁ ଶୋଷୁଛନ୍ତି। ଏହାଦ୍ଵାରା କେନ୍ଦ୍ର ସରକାରଙ୍କ କ୍ବିଣ୍ଟାଲ ପିଛା ୧୭୫୦ ଟଙ୍କା ଦର ଚାଷୀ ପାଇପାରୁନାହାନ୍ତି।

ସେହିପରି ସୋହେଲା ସଭାରେ ୧୦୦ ଟଙ୍କା ବୋନସ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମଣ୍ଡି ସାମ୍ନାରେ ହଜାରେ ହଜାରେ କ୍ବିଣ୍ଟାଲ ଧାନ ପଡିରହିଛି। ଚାଷୀର ଧାନ ପାଇଁ ଅଖା, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପାଲ, ପିଣ୍ଡି ଆଦି କିଛି ବି ଦେଖିବାକୁ ମିଳୁନାହିଁ। ଏସବୁ କାରଣରୁ ଚାଷୀ କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ନଷ୍ଟ କରୁଛି ବୋଲି ବିେଜପି ଅଭିେଯାଗ କରିଛି।

ଆଜି ବିେଜପି କୃଷକ ମୋର୍ଚା ପକ୍ଷରୁ ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିେକ୍ଷାଭ ହୋଇଥିଲା। ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହ, ରାଜ୍ୟ ସଂପାଦକ ରଂଜନ ମଙ୍ଗରାଜ, କୃଷକ ମୋର୍ଚା ରାଷ୍ଟ୍ରୀୟ ସହ ସେଂଯାଜକ ମଦନମୋହନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ନରେନ୍ଦ୍ର ନାଥ ନାୟକ, ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି କଟକ, କଳାହାଣ୍ଡି, ବରଗଡ, ବାଲେଶ୍ବର, ଜଗତସିଂହପୁର, ଢେଙ୍କାନାଳ, ଗଜପତି, ସୋନପୁର, ଝାରସୁଗୁଡା, ନବରଙ୍ଗପୁର, ବୌଦ୍ଧ, କେନ୍ଦୁଝର, ଅନୁଗୁଳ ଆଦିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାେର ବିେକ୍ଷାଭ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button