ରାଜ୍ୟ

ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଢେଙ୍କାନାଳ ବିଜେପି କୃଷକ ମୋର୍ଚ୍ଚା

ଢ଼େଙ୍କାନାଳରେ ଧାନମଣ୍ଡି ଗୁଡିକରେ ଧସନ କିଣାରେ ବ୍ୟାପକ ଦୁର୍ନୀତି ହେରାଫେରି ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ଢ଼ାଳି ରାସ୍ତା ଅବରୋଧ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିଛନ୍ତି । କୃଷକ ମୋର୍ଚ୍ଚା ତଥା ନେତା ଦେବାଶିଶ ହୋତା, ରବି ନାରାୟଣ ମହାପାତ୍ର ଏହି ଆନ୍ଦୋଳନରେ ସାମିଲ ଥିଲେ । ଏହାସହ ଶତାଧିକ ଚାଷୀ ଯୋଗ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ କୁଶପୁତଳିକାକୁ ଜୁଇ ଉପରେ ଦାହ କରିଛନ୍ତି କୃଷକ ମୋର୍ଚ୍ଚା ।

ସେପଟେ ନୟାଗଡ଼ରେ ମଧ୍ୟ ବର୍ତମାନ ସମୟରେ ହେଉଥିବା ଚାଷିମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଏକ ବାଇକ ଶୋଭାଯାତ୍ରା ରୟାଲ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କରମଚାନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୁର୍ଵତନ ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ,ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ବଳଦେବ ବେଦବାକ,ଆନନ୍ଦ ବାରିକ,ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷିମାରଣ ନିତୀକୁ ସମାଲୋଚନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button