March 22, 2023

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଏଚ.ଡି. କୁମାର ସ୍ଵାମୀ ; ବିଜେପି

1 min read

ଆଓରି-ନୂଆଦିଲ୍ଲୀ(୦୮/୦୭) : କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି କରିଛି। ସୋମବାର ସୁଦ୍ଧା ମେଣ୍ଟ ସରକାରରୁ ୧୩ ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ଇସ୍ତଫା ପରେ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିବା ବିଜେପି କହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଏଚ.ଡି. କୁମାର ସ୍ଵାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ବିଜେପି ନେତା ଶୋଭା କରନ୍ଦଲାଜେ କହିଛନ୍ତି, କଂଗ୍ରେସ ଏବଂ ଜେଡିଏସର ବିଦ୍ରୋହୀ ବିଧାୟକମାନେ ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.