ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
1 min read
ଆଓରି-ନୂଆଦିଲ୍ଲୀ(୦୧/୧୦) : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୧୨୫ ଆଶାୟୀ ପ୍ରାର୍ଥୀଙ୍କ ନାମ ରହିଛି। ସେହିପରି ବିଜେପି ସହଯୋଗୀ ଶିବସେନା ବି ଏହାର ତାଲିକା ଜାରି କରିଛି। ଶିବସେନା ୭୦ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇଟି ଯାକ ଦଳ ପୂର୍ବ ଭଳି ଏଥର ମଧ୍ୟ ନିର୍ବାଚନରେ ମେଣ୍ଟ କରି ମଇଦାନକୁ ଓହ୍ଲାଉଛନ୍ତି।
ବିଜେପି ମହାସଚିବ ଅରୁଣ ସିଂହ ଆଶାୟୀଙ୍କ ତାଲିକା ପ୍ରକାଶ କରିଛନ୍ତି। ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନାଗପୁର ଦକ୍ଷିଣ-ପଶ୍ଚିମ ଆସାନରୁ ପ୍ରାର୍ଥୀ ହେବେ। ସେହିପରି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କୋଥରୁଡ ଆସନରୁ ନିର୍ବାଚନ ଲଢ଼ିବେ। ଅରୁଣ ସିଂହ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ପାର୍ଟି ପକ୍ଷରୁ ୧୨ ବିଧାୟକଙ୍କୁ ଏଥର ଟିକେଟ ଦିଆଯାଇ ନାହିଁ। ବିଧାନସଭା ନିର୍ବାଚନରେ ଦଳ ନିଜର ସହଯୋଗୀ ଶିବସେନା ଏବଂ କିଛି ଛୋଟ ଛୋଟ ଦଳଗୁଡ଼ିକ ସହିତ ମିଶି ନିର୍ବାଚନ ଲଢ଼ିବ। ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ମତଦାନ ଏବଂ ୨୪ ତାରିଖରେ ଭୋଟଗଣତି ଅନୁଷ୍ଠିତ ହେବ।