ରାଜ୍ୟ

ଫେବୃୟାରୀ ୧୫ରେ ଓଡିଶା ଆସୁଛନ୍ତି ଅମିତ ଶାହ

ଆଓରି-ନୂଆଦିଲ୍ଲୀ(୦୫/୦୨) : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଫେବୃୟାରୀ ୧୫ରେ ପଶ୍ଚିମ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସମାବେଶରେ ସେ ଯୋଗଦେଇପାରନ୍ତି ବୋଲି ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଶାହଙ୍କ ଗସ୍ତ ସମ୍ପର୍କିତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଯିବ ବୋଲି ପଣ୍ଡା କହିଛନ୍ତି। ରବିବାର ପୁରୀରେ ଅନୁଷ୍ଠିତ ଆଦିବାସୀ ଅଧିକାର ରାଲିରେ ଯୋଗଦେଇଥିଲେ ଶାହ। ସଭା ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। 

Related Articles

Leave a Reply

Your email address will not be published. Required fields are marked *

Back to top button