ରାଜନୀତିରାଜ୍ୟ

ଜାନୁୟାରୀ ୧୮ରେ ଓଡିଶା ଆସିବେ ଅମିତ ଶାହ

ଆଓରି-ଭୁବନେଶ୍ଵର(୦୪/୦୧) : ଭାଜପାକୁ ଓଡ଼ିଶାରେ ଶକ୍ତିଶାଳୀ କରିବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ଜୋର୍‌ଦାର୍‌ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନିକଟରେ ମୋଦି ଖୋର୍ଦ୍ଧା ଗସ୍ତରେ ଆସିଥିବାବେଳେ ଆସନ୍ତା ୫ରେ ପୁଣି ବାରିପଦା  ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ସେହିପରି ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ପୁଣି ପଶ୍ଚିମ ଓଡିଶା ଆସିବେ। ମୋଦିଙ୍କ ଏଭଳି ଏକାଧିକବାର ଓଡ଼ିଶା ଗସ୍ତକୁ ନେଇ ଭାଜପା ରାଜ୍ୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏପରି ସମୟରେ ଆସନ୍ତା ୧୮ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଭୁବନେଶ୍ୱରରେ ପହଞ୍ଚିବା ପରେ ସୂଚନା ଦେଇଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button