ଜାତୀୟ

ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ; କଂଗ୍ରେସର ମିଥ୍ୟା ରାଜନୀତି ଉପରେ ଏକ ଶକ୍ତ ଚାପୁଡ଼ା-ଅମିତ ସାହ

ଆଓରି-ନୂଆଦିଲ୍ଲୀ(୧୪/୧୨) : ରାଫେଲ ପ୍ରସଙ୍ଗରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ନେଇ ରାୟ ଦେଇଥିବା ପରିପ୍ରେକ୍ଷୀରେ ଆଜି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହ ଏକ ସାମ୍ବାଦିକ ସମ୍ମିଳନରେ କହିଛନ୍ତି ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସତ୍ୟ ପଦାକୁ ଆସିଛି। ଦେଶକୁ ଭ୍ରମିତ କରିବା ପାଇଁ ସ୍ୱାଧୀନତା ପରେ ସବୁ ଠାରୁ ବଡ଼ ଉଦ୍ୟମ କଂଗ୍ରେସ ଦଳ କରିଥିଲା। ଆଉ ସୁପ୍ରିମ କୋର୍ଟଙ୍କ ରାୟ କଂଗ୍ରେସ ଦଳର ମିଥ୍ୟା ରାଜନୀତି ଉପରେ ଏକ ଶକ୍ତ ଚାପୁଡ଼ା ବୋଲି ଶ୍ରୀ ଶାହ କହିବା ସହିତ ଏଥିପାଇଁ ରାହୁଲ ଗାନ୍ଧୀ ଦେଶବାସୀ ଓ ସେନାକୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ଶାହ କହିଛନ୍ତି। କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀ ଦେଶର ସୁରକ୍ଷାକୁ ମଧ୍ୟ ବିପନ୍ନ କରିଛନ୍ତି ବୋଲି ଶ୍ରୀ ଶାହ ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଶ୍ରୀ ଶାହ କହିଛନ୍ତି ଯେ ରାଫେଲ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଯିଏ ତଥ୍ୟ ଦେଇଥିଲେ ତାହା ରାହୁଳ ବର୍ତ୍ତମାନ ସାର୍ବଜନୀନ କରିବା ଉଚିତ। କମିସନ ମିଳିଲା ନାହିଁ ବୋଲି କଣ ୨୦୦୭ରୁ ୨୦୧୪ ଯାଏ କେନ୍ଦ୍ରର କଂଗ୍ରେସ ସରକାର ରାଫେଲ ଡିଲ୍‌କୁ କାର୍ଯ୍ୟକାରୀ କଲା ନାହିଁ ବୋଲିି ରାହୁଲଙ୍କୁ ଶ୍ରୀ ଶାହ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ସରକାର କାହିଁକି ସେତେବେଳେ ଭାରତ ସରକାର ଓ ଫ୍ରାନ୍ସ ସରକାର ମଧ୍ୟରେ ଚୁକ୍ତି କଲେ ନାହିଁଁ ବୋଲି ମଧ୍ୟ ଶ୍ରୀ ଶାହା ରାହୁଳଙ୍କୁ ପ୍ରଶ୍ନ କରିଛନ୍ତି। ସୁପ୍ରିିମ କୋର୍ଟ ରାଫେଲ ପ୍ରସଙ୍ଗରେ ରାୟ ଦେବା ପରେ ରାହୁଲ ଗାନ୍ଧୀ ଏ ନେଇ ମୁହଁ ଖୋଲିବାକୁ ଶ୍ରୀ ଶାହ ଆହ୍ଵାନ ଦେଇଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ରାଜନୈତିକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରହୁଳ ଗାନ୍ଧୀ ଚୌକିଦାର ଚୋର ବୋଲି କହୁଥିବାରୁ ଶ୍ରୀ ଶାହ ସମଗ୍ର ଦେଶବାସୀଙ୍କ ସାମ୍ନାରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button