ରାଜନୀତି

ଭୂତ ଚାଷୀଙ୍କ ନାମରେ ବିହନ କିଣି କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ରାଜ୍ୟ ସରକାର : ବିଜେପି

ଆଓରି(ତା୧୮|୪)-   ରାଜ୍ୟ ସରକାର ଗତ ୪ ବର୍ଷ ଧରି କୃଷି କର୍ମଣ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଦର୍ଶାଉଛି କି ରାଜ୍ୟରେ ଚାଷ ପରିମାଣ ବୃଦ୍ଧି ଘଟିଛି। କିନ୍ତୁ ଏହା ସତ୍ୱେ ବି ରାଜ୍ୟର ଚାଷୀମାନଙ୍କ ଠାରୁ ରାଜ୍ୟସରକାର ବିହନ ନକିଣି ଟେଣ୍ଡର କରି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ରାଜ୍ୟର ଚାଷୀମାନଙ୍କଠାରୁ ବିହନ କର୍ପୋରେସନ ଦ୍ୱାରା ବିହନ କିଣାଯାଏ। ଏହାଦ୍ୱାରା ରାଜ୍ୟର ଚାଷୀ ଲାଭବାନ ହେବା ସହ କେନ୍ଦ୍ର ସରକାରଙ୍କ ସବସିଡି ପାଇଥାଏ। କିନ୍ତୁ ଏବେ ବିହନ କିଣିବା ପାଇଁ ଅନ୍ୟରାଜ୍ୟର ବେପାରୀଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ପକ୍ରିୟା ଦ୍ୱାରା ବେପାରୀମାନେ ଲାଭବାନ ହେବେ ଏବଂ ସବସିଡିର ଅର୍ଥ ଚାଷୀର ଆକାଉଂଟକୁ ନଯାଇ ସିଧାସଳଖ ଭାବରେ ବେପାରୀଙ୍କ ଆକାଉଂଟକୁ ଯିବ। ରାଜ୍ୟ ସରକାରଙ୍କ ଏପରି ଟେଣ୍ଡର ଦ୍ୱାରା ବେପାରୀମାନଙ୍କ ଦ୍ୱାରା ଚାଷୀମାନେ ଶୋଷିତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।  ପୂର୍ବରୁ ରାଜ୍ୟ ସରକାର ଚାଷୀମାନଙ୍କୁ ୭ ଲକ୍ଷ କ୍ୱୁଇଂଟାଲ ବିହନ ଯୋଗାଇବା ନାଁରେ ବାଟମାରଣା କରିଆସୁଥିଲେ। ଡିବିଟି ଲାଗୁ ହେବା ପରେ ତାହା ୨ ଲକ୍ଷ କ୍ୱୁଇଂଟାଲକୁ ଖସି ଆସିଲା। ସେହିପରି ରାଜ୍ୟସରକାର ପୂର୍ବରୁ ୧ ଲକ୍ଷ କ୍ୱୁଇଂଟାଲ ଚିନାବାଦାମ ବିହନ ଯୋଗାଇ ଦେବାର ଦାବି କରୁଥିବାବେଳେ ତାହା ଏବେ ୧୮ ହଜାର କ୍ୱୁଇଂଟାଲରେ ପହଂଚିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟ ସରକାର ଭୂତଚାଷୀଙ୍କ ନାମରେ କୋଟିକୋଟି ଟଙ୍କାର ଘୋଟାଲା କରି ଆସିଛନ୍ତି। ଡିବିଟି ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାର ଧାନ ବିହନ କିଣିବା ନେଇ ୭୦ କୋଟି ଏବଂ ଚିନାବାଦାମ ବିହନ କିଣାରେ ୩୦ କୋଟି ଟଙ୍କା ବାଟମାରଣା କରିଛନ୍ତି। ରାଜ୍ୟ ସରକାର ଚଂଚକ ଉପାୟରେ ଚାଷୀଙ୍କ ସଂଖ୍ୟା ଅଧିକା ଦେଖାଇ ରିହାତିକୁ ହଡପ କରୁଥିଲେ। ଥରେ ସିଧାସଳଖ ଚାଷୀଙ୍କ ଆକାଂଉଟରେ ରିହାତି ପହଂଚିବା ପରେ ରାଜ୍ୟ ସରକାର କାହିଁକି ଏବେ ଡିବିଟି ଲାଗୁ ନକରି ପ୍ରାଇଭେଟ ଏଜେନ୍ସିକୁ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।  ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟସରକାର ୨୦୧୨ ମସିହାରେ କୃଷି କମିଶନ ବସାଇଥିଲେ ବି ଏପର୍ଯ୍ୟନ୍ତ ତାର ତାହାର ରିପୋର୍ଟ ଆସିନାହିଁ। ପୂର୍ବରୁ ବିହନ କିଣା ନେଇ କେନ୍ଦ୍ରସରକାର ଡିବିଟି ଲାଗୁ କରିଥିଲେ ମଧ୍ୟ ଗତ ଦୁଇ ବର୍ଷ ଧରି ରାଜ୍ୟ ସରକାର ଏହାକୁ ଲାଗୁ କରିଥିଲେ। ଗତ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ମନୋଜ ଆହୁଜା ଡିବିଟି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱରା ସିଧାସଳଖ ଭାବେ କେନ୍ଦ୍ର ସରକାର ଦେଉଥିବା ରିହାତି ଅର୍ଥ ଚାଷୀର ଆକାଉଂଟକୁ ଯାଉଥିଲା। ଗତ ଦୁଇ ବର୍ଷ ମଧ୍ୟରେ ବିହନ କିଣିବା ନେଇ ଚାଷୀର ଆକାଂଟକୁ ଧାନ ପାଇଁ ୧୧୦୦ ଟଙ୍କା ଏବଂ ଚିନବାଦାମ ୨୫୦୦ ଟଙ୍କା ସବସିଡି ମିଳୁଥିଲା। ଏଥିରେ ରାଜ୍ୟ ସରକାରଙ୍କୁ କୌଣସି ମୁନାଫା ମିଳୁନଥିବାରୁ ଏବେ ଡିବିଟିକୁ ବନ୍ଦ କରି ଚଳିତ ବର୍ଷଠାରୁ ବିଭିନ୍ନ ଏଜେନ୍ସି ଏବଂ ମଧ୍ୟସ୍ଥି ମାନଙ୍କ ଦ୍ୱାରା ବିହନ ଯୋଗାଇ ଦେବାର ପ୍ରସ୍ତାବ ରଖିଛନ୍ତି।

ପୂର୍ବରୁ ରାଜ୍ୟ ସରକାର ଏଗ୍ରୋ ଇଣ୍ଡଷ୍ଟ୍ରି, ସିଡ କର୍ପୋରେସନ ମାଧ୍ୟମରେ ବିହନରେ କିଣୁଥିଲେ। ଡିବିଟି ଉଠାଇଦିଆଗଲେ ବେପାରି ଓ ମଧ୍ୟସ୍ଥି ମାନେ ରିହାତି ଅର୍ଥ ପାଇବେ। ରାଜ୍ୟ ସରକାର ଧାନ ଓ ଚିନାବାଦାମ ବିହନ କିଣିବାରେ ଡିବିଟି ଲାଗୁ କରିଥିଲେ। ବିହନ କିଣାରେ ଚାଷୀମାନେ ଯେଉଁ ରିହାତି ପାଉଥିଲେ ତାହା ଏବେ ପାଇବେ ନାହିଁ। ଧାନର ଉତ୍ପାଦନ ବଢିବା ସତ୍ୱେ କଣ ପାାଇଁ ବାହର ରାଜ୍ୟରୁ ବିହନ କିଣିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ୍ନ ଶର୍ମା ଏବଂ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଅମରେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button