ରାଜନୀତି

ରାୟପୁରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କଲେ ଅମିତ ଶାହ

ଆଓରି-ନୂଆଦିଲ୍ଲୀ(୧୦/୧୧) : ଆଉ ଦିନକ ପରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ନିର୍ବାଚନ ପ୍ରଚାର ଜୋରସୋର ହୋଇଥବା ବେଳେ ରାଜଧାନୀ ରାୟପୁରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ରାଜ୍ୟରେ ରମଣ ସରକାରଙ୍କ ସଫଳତା ବଖାଣିଛନ୍ତି ସେ । ଅମିତ ଶାହା କହିଛନ୍ତି, ରମଣ ସରକାର ଛତିଶଗଡ଼କୁ ପ୍ରାୟତଃ ନକ୍ସଲ୍ ମୁକ୍ତ କରିବା ସହ ଏହାକୁ ସିମେଣ୍ଟ ଉତ୍ପାଦନର ଏକ ପେଣ୍ଠରେ ପରିଣତ କରିଛନ୍ତି।

ଏଥିସହ ଅମିତ ଶାହ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ଉଦ୍ୟମ କ୍ରମେ ଛତିଶଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଭୂତପୂର୍ବ ବିକାଶ ହୋଇଛି । ନକ୍ସଲବାଦକୁ ପ୍ରତିହତ କରିବାରେ ରାଜ୍ୟରେ ରମଣ ସିଂଙ୍କ ସରକାର ଗତ ୧୫ବର୍ଷ ଧରି ଉଦ୍ୟମ ଜାରି ରଖିଛନ୍ତି। ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନକୁ ଅନେକ ସଫଳତା ମିଳିଛି । ଅନ୍ୟପକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଯେଉଁ ଦଳ ନକ୍ସଲବାଦକୁ କ୍ରାନ୍ତି ବୋଲି ସମର୍ଥନ ଜଣାଉଛି ସେହି ଦଳ ଯେ ଛତିଶଗଡର ବିକାଶ କରିବ ବୋଲି ମନେହେଉନାହିଁ।

ସେହିପରି ସ୍ୱାମୀନାଥନ କମିଟି ରିପୋର୍ଟକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂହ । ରାଜ୍ୟରେ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ରେକର୍ଡ ବୃଦ୍ଧି କରି ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଦିଆଯାଉଛି । ଏଥିସହ ଚାଷୀଙ୍କୁ ମାଗଣାରେ ରାଜ୍ୟ ସରକାର ସ୍ୱଳ୍ପକାଳୀନ ଋଣ ଯୋଗାଇ ଦେଉଥିବା କହିଛନ୍ତି ରମଣ।

 

Related Articles

Leave a Reply

Your email address will not be published. Required fields are marked *

Back to top button