April 19, 2024

ଅତାବିରା ରେ ବିଜେପି ଖାତା ଖୋଲିପାରିଲାନି

1 min read

ଆଜିର ଓଡିଶା (ତା୬|୪)- ପଞ୍ଚାୟତ ନିର୍ବାଚନରେ କିଛି ଅଧିକ ଆସନ ପାଇ ୨୦୧୯ ରେ ସରକାର ଗଢିବାର ସ୍ଵପ୍ନ ଦେଖୁଥିବା ବିଜେପିକୁ ପୁଣିଥରେ ନୀରସ ହେବାକୁ ପଡିଛି |  ବିଜେପୁର ଉପନିର୍ବାଚନ ରେ ସେହି ସ୍ଵପ୍ନ ଭାଙ୍ଗିଯାଇଥିବା ବେଳେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ବିଜେପିକୁ ଶାକ୍ତ ଧକ୍କା ଦେଇଛି | ଅତାବିରରେ ବିଜେପି ଖାତା ଖୋଲିନଥିବା ବେଳେ ହିନ୍ଦୋଳରେ  ମାତ୍ର ଗୋଟିଏ ଆସନ ପାଇଛି | ଦୁଇଟିଜାକ ଏନଏସି ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବିକାଶର କାର୍ଯ୍ୟକ୍ରମ ଓ କଠିନ ପରିଶ୍ରମକୁ ବିପୁଳ ସମର୍ଥନ ମିଳିଛି | ଅତାବିରା ଓ ହିନ୍ଦୋଳ ଏନ ଏସି ର ଭୋଟୋର ନବୀନଙ୍କ ଭାବମୂର୍ତିରେ ମୋହୋର ଲଗାଇଛନ୍ତି | ବିଜେପୁର ପରେ ଏହି ଦୁଇ  ଏନ ଏସି ର ନିର୍ବାଚନ ଫଳ ୨୦୧୯ ର ଚିତ୍ରକୁ ସ୍ପଷ୍ଟ କରିଦେଇଛି | ବିଜେଡ଼ି ଯେ ଏକମାତ୍ର ଭରସାଯୋଗ୍ୟ ଦଳ ଏହା ପ୍ରମାଣିତ ହୋଇଛି | ଅତାବିରା  ଏନ ଏସି ରେ ବିଜେଡ଼ି ସମସ୍ତ ୧୨ଟି ବ୍ଲକ କୁ ନିଜ କବ୍ଜା କୁ ଆଣିଥିବା ବେଳେ ହିନ୍ଦୋଳ ଏନ ଏସି ରେ ୧୬ ୱାର୍ଡ ରୁ ୧୩ ୱାର୍ଡ ରେ ବିଜୟ ପତାକା ଉଡାଇଛି |  ଅନ୍ୟ ତିନୋଟି  ୱାର୍ଡ ରୁ ବିଜେପି ହାତକୁ ୧ ଟି ଯାଇଥିବା ବେଳେ ଦୁଇଟିରେ ସ୍ଵାଧୀନ ପାର୍ଥୀ ବିଜୟୀ ହୋଇଛି | ଅତାବିରା ଏନ ଏସି ର ୧ ନଂ ୱାର୍ଡ ରେ ସନ୍ତୋଶିନୀ ମକବାନ ବିଜୟ ଲାଭ କରିଥିବାବେଳେ ୨ ନଂ ୱାର୍ଡ ରେ ରଘୁନାଥ ବାରିକ ,୪ ନଂ ୱାର୍ଡ ରେ ତ୍ରିବିକ୍ରମ ଦାସ ,୫ ନଂ ୱାର୍ଡ ରେ  ଜ୍ୟୋତିର୍ମୟୀ ଗରଡିୟା , ୬ ନଂ ୱାର୍ଡ ରେ ବନମାଳି ବଡ଼ିହା ବିଜୟୀ ହୋଇଛନ୍ତି |  

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.