ରାଜନୀତି

ଆତଙ୍କ ସୃଷ୍ଟି କରି ରାଜନୈତିକ ରୁଟି ସେକିବାକୁ ବିଜେଡିର ଷଡଯନ୍ତ୍ର : ବିଜେପି

ଆ.ଓ.ରି(ତା୨୧|୪)-

ଓଡିଶାରେ ଅର୍ଥନୈତିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେଡି କହିବା ସହ ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରି ଏଥିରେ ରାଜନୈତିକ ରୁଟି ସେକିବାକୁ ପାଇଁ ପ୍ରୟାସ କରିଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁମାନେ ସାମ୍ବାଦିକ ସମ୍ମିଳନୀ କରି ଏପରି ଆତଙ୍କ ସୃଷ୍ଟି କରିଛନ୍ତି ସେ ପୂର୍ବରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଯୋଗାଡିଆ ମନ୍ତ୍ରୀ ଭାବେ ରହିଥିଲେ। ଏମାନଙ୍କ ସହାୟତାରେ ରାଜ୍ୟରେ ୨୦ ଲକ୍ଷ ଜମାକାରୀ ଚିଟଫଣ୍ଡ କମ୍ପାନୀମାନଙ୍କ ଦ୍ୱାରା ଶୋଷଣ ହୋଇଥିଲେ। ଯାହାର ନେତୃତ୍ୱ ଏମାନେ ନେଇଥିଲେ। ଏଯାଏଁ ଜମାକାରୀ ତାଙ୍କ ଅର୍ଥ ଫେରି ପାଇନଥିବା ବେଳେ ବିଜେଡିର ସାଂସଦ ଓ ବିଧାୟକ ମାନେ ଏବେ ଜେଲ ଓ ବେଲରେ ଅଛନ୍ତି। ଏଥିପାଇଁ ୨୦୧୪ ମସିହାରୁ ସରକାର ଘୋଷଣା କରିଥିବା କର୍ପସ ପଣ୍ଡ କୁଆଡେ ଗଲା ? ଚିଟଫଣ୍ଡ କମ୍ପାନୀରେ ଟଙ୍କା ରଖି ଶ୍ରମିକ, ଚାଷୀ, ଯୁବକମାନେ ଶୋଷଣ ହୋଇଥିବା ବେଳେ ଯାଦୁଆ ଯାଦୁମଲମ ବିକିବା ଭଳି ଶ୍ରମିକ ଓ ଚାଷୀଙ୍କ କଥା ଏବେ ବିଜେଡିର ଦୁଇ ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା କହୁଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ବିଜେଡି କେବଳ ଆତଙ୍କ ସୃଷ୍ଟି ଲକ୍ଷ୍ୟରେ ଏପରି ରାଜନୈତିକ ଡ୍ରାମା କରିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଚାହିଁଥିଲେ ବ୍ୟାଙ୍କର୍ସ ମାନଙ୍କୁ ଡାକି ସମୀକ୍ଷା କରିପାରିଥାନ୍ତେ। ତାହା ନକରି ନିଜର ଯୋଗାଡିଆ ମାନଙ୍କୁ ଲଗାଇ ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ କରିଛନ୍ତି। ରାଜ୍ୟର ସରକାରୀ କର୍ମଚାରୀ ମାନେ କଣ ପାଇଁ ଦରମା ପାଇନାହାନ୍ତି ତାର ଜବାବ ଦେବାକୁ ପଡିବ। ନିଜର ଅପାରଗତାକୁ ଘୋଡାଇବା ସହ ଆତ୍ମରକ୍ଷା ପାଇଁ ଏବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଛି। ଏହି ସମସ୍ତ ଘଟଣା ପଛରେ ଏକ ବଡ ଷଡଯନ୍ତ୍ର ରହିଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ସେହିପରି ଯେଉଁ ନୀରବ ମୋଦିଙ୍କ କଥା ଉଠାଯାଉଛି ତାଙ୍କର ଗୀତାଞ୍ଜଳି ଅଳଙ୍କାର କମ୍ପାନୀକୁ ୧୦୦ ଏକର ଜମି କିଏ ଦେଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏପରିକି ଏଥିରେ ବିଧାୟକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ସହାୟତା ଥିଲା ବୋଲି ସେ କହିଛନ୍ତି। କଂଗ୍ରେସର ସମର୍ଥନରେ ନୀରବ ମୋଦିଙ୍କୁ ଜମି ଦେବା ମିଥ୍ୟା କି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ନିଜର ରାଜନୈତିକ ସ୍ଥିତି ଜାହିର ପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଯାଉଛି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଶିଳ୍ପାୟନ ନାଁରେ ଭୂଷଣ ସମେତ ଅନ୍ୟ କମ୍ପାନୀ ମାନଙ୍କୁ ଜମି ଯୋଗାଯାଇଛି। ସେହି କମ୍ପାନି ୫୨ ହଜାର କୋଟି ଋଣ କରିଛନ୍ତି। ୯ଟି ବ୍ୟାଙ୍କର ୫୨ ହଜାର କୋଟି ଲୁଟ ହୋଇଥିବା ବେଳେ ଏହାର ଚେର ନବୀନ ନିବାସ ଯାଏଁ ଲମ୍ବିଥିବା ବିଜେପି ଅଭିଯୋଗ କରିଛି। ବିଜେଡି ଦଳ ନିଜର ରାଜନୈତିକ ଫାଇଦା ପାଇଁ ଯେଉଁ ଡ୍ରାମା କରୁଛି ତାହା ଓଡିଶାବାସୀ ଦେଖୁଛନ୍ତି। ଆଗାମୀ ଦିନରେ ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button