ରାଜନୀତିରାଜ୍ୟ

ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି

ଆ.ଓ.ରି(ତା୧୯|୫)-ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି। ନୟାଗଡ଼ ଦଶପଲ୍ଲାରେ ଆଜି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବିଜେଡିର ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ମହାନଦୀ ସୁରକ୍ଷା ଶୋଭାଯାତ୍ରା ଚାଲିଥିବା ବେଳେ ହାଟଛକଠାରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିରୋଧ କରି ବିଜେଡିର କିଛି ଅସନ୍ତୁଷ ଗୋଷ୍ଠୀ ଯାତ୍ରାକୁ ଅଟକାଇଥିଲେ। ତେବେ ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା।  ପରେ ବିରୋଧ କରୁଥିବା ଗୋଷ୍ଠୀକୁ ଅପରପକ୍ଷ ଧକ୍କା ଦେଇ ଶୋଭାଯାତ୍ରା ସ୍ଥଳରୁ ବାହାର କରିଦେଇଥିବା ଦେଖିବାକୁ ମିଳିଥିଲା। ତେବେ ପୋଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ନୟାଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ବହୁ ଦିନ ତଳରୁ ଲାଗି ଆସିଛି। ତେବେ ଆଜି ମହାନଦୀ ସୁରକ୍ଷା ଶୋଭାଯାତ୍ରାରେ ଏହି କନ୍ଦଳ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button