ରାଜନୀତିରାଜ୍ୟ

କାଲି ନବୀନ, ପରଦିନ ମୋଦିଙ୍କ ପାଓ୍ୱାର ସୋ’

ଆ.ଓ.ରି(ତା୨୪|୫)-ନବୀନ ବନାମ୍ ମୋଦି। ମହାନଦୀ ସୁରକ୍ଷା ଅଭିଯାନ ବନାମ୍ ଜନଜାଗରଣ ସମାବେଶ। ଉଭୟ ବିଜେପି ଓ ବିଜେଡି ଫୋକସରେ ଉପକୂଳ ଓଡ଼ିଶା। ପାରଦୀପ ବିଜୁ ମୈଦାନର ସଭାସ୍ଥଳରେ ଛାଇଗଲାଣି ନବୀନଙ୍କ ପୋଷ୍ଟର ବ୍ୟାନର୍। ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରୁ ଏକାଦିନରେ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଯାତ୍ରା ଏଇଠି ଶେଷ ହେବ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଠିକ୍ ପୂର୍ବରୁ ଏଭଳି ଏକ ଭବ୍ୟ ଆୟୋଜନ କରି ବିଜେପିର କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ମୁଡ୍‌ରେ ରହିଛି ବିଜେଡି। ଆଉ ସେପଟେ କଟକ କିଲ୍ଲା ପଡିଆରେ ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି।  ଏହି ମଂଚରୁ ଏନ୍‌ଡିଏ ସରକାର ୪ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶକୁ ବାର୍ତ୍ତା ଦେବେ ମୋଦି। ଏଥିପାଇଁ ବାୟୁସେନାର ହେଲିକପ୍ଟର ଆଜି ନରାଜ ହେଲିପ୍ୟାଡ୍ ଓ ବାଲିଯାତ୍ରା ତଳ ପଡିଆରେ ପରୀକ୍ଷାମୂଳକ ଭାବେ ଅବତରଣ କରିଛି। ଖାଲି ସେତିକି ନୁହେଁ ଭୁବନେଶ୍ୱରରୁ କଟକ ଯାଏଁ ଛାଇଗଲାଣି ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବ୍ୟାନର୍।

ନିର୍ବାଚନ ବର୍ଷ ହୋଇଥିବାରୁ ବିଜେପି ଓ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ସେପଟେ ଏବେ ଆଗ୍ରେସିଭ୍ ମୋଡ୍‌ରେ ଥିବା କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ କଡା ସାମଲୋଚନା କରିଛି।  ମହାନଦୀକୁ ନେଇ ନବୀନ, ବିଜେପିକୁ ଟାର୍ଗେଟ୍ କରି ଆସୁଥିବାବେଳେ ମୋଦିଙ୍କ ଗସ୍ତ ପୂର୍ବରୁ କେଉଁ ଆଭିମୁଖ୍ୟ ରଖୁଛନ୍ତି ତା ଉପରେ ନଜର ରହିଛି। ସେପଟେ ବେଙ୍ଗାଲୁରୁରେ ଅଣ ବିଜେପି ନେତାଙ୍କ ମେଳି ପରେ ବିଜେଡିକୁ ନେଇ ମୋଦିଙ୍କ ନରମ ନା ଗରମ ଆଭିମୁଖ୍ୟ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button