ବ୍ୟକ୍ତିତ୍ଵ

ନିତ୍ୟାନନ୍ଦଙ୍କ ଜନ୍ମ ବାରିଷ୍କରେ ଗଭୀର ଶ୍ରଦ୍ଧାଞ୍ଜଳି

ଆ.ଓ.ରି(ତା୪|୫)-

ନିତ୍ୟାନନ୍ଦ କାନୁନଗୋ ୧୯୦୦ ମସିହା ମେ ମାସ ୪ ତାରିଖରେ କଟକ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକା ଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ କେନ୍ଦ୍ର ମନ୍ତ୍ରୀ ଏବଂ ଗୁଜୁରାଟ ଓ ବିହାର ର ରାଜ୍ୟପାଳ ଥିଲେ ।ରେଭେନ୍ସା ସ୍କୁଲ ଓ କଲେଜରେ ପାଠ ପଢିଥିଲେ । ତାଙ୍କ ସହପାଠୀ ଥିଲେ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିକୁଞ୍ଜ କିଶୋର ଦାସ ପ୍ରମୁଖ । ବି.ଏ ରେ ଉତ୍ତୀର୍ଣ୍ଣ ପରେ କଲିକତାରେ ଆଇନ ଶିକ୍ଷା କରିଥିଲେ । ପରେ କଟକ ଆସି ସୁବାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷଙ୍କ ଅଧୀନରେ ଜଣେ ଜୁନିଅର ଓକିଲ ଭାବେ କାର୍ଯ୍ୟ କରିଥିଲେ ।

୧୯୫୨ ମସିହା ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ଆସନ ରୁ ସଂସଦ ରୂପେ ବିଜୟୀ ହୋଇ , କେନ୍ଦ୍ର ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ।  ସେ ଶିଳ୍ପୀ ବିଭାଗରେ ମନ୍ତ୍ରୀ ଥିବାବେଳେ ତାଙ୍କ ପ୍ରଚେଷ୍ଟାରେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button