ବ୍ୟକ୍ତିତ୍ଵ

ମଧୂବାବୁଙ୍କ ଜନ୍ମଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

ଆ.ଓ.ରି(ତା୨୮|୪)-

ମଧୁସୂଦନ ଦାସ  ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ

ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ ।  ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସାମାଜିକ ଚଳଣି ଅନୁସାରେ ତାଙ୍କ ପିତା ତାଙ୍କ ସହ ସମ୍ବନ୍ଧ ତୁଟାଇ ଦେଇଥିଲେ । ଏଣୁ ସେ ଗାଁ ବାହାରେ କୋଠିଟିଏ ଗଢ଼ାଇ ସେଠାରେ ବସବାସ କରୁଥିଲେ । ତାଙ୍କ ମା’ ପାର୍ବତୀ ଦେବୀ ତାଙ୍କ ପାଖକୁ ସକାଳେ ଓ ସଞ୍ଜରେ ଦେଖାକରି ସେକାଳର ଚଳଣି ଅନୁସାରେ ଗାଁ ମୁଣ୍ଡରେ ଥିବା ରସକୁଣ୍ଡ ପୋଖରୀରେ ଗାଧୋଇ ଘରକୁ ଆସୁଥିଲେ

ସତ୍ୟଭାମାପୁରଠାରେ ଥିବା ତାଙ୍କ ଏନ୍ତୁଡ଼ିଶାଳକୁ ଇନଟାକ ତରଫରୁ ପୁନରୁଦ୍ଧାର କରି ତାକୁ ମୂଳ ଢାଞ୍ଚାରେ ଆଉଥରେ ତିଆରି କରାଯାଇଛି ।

ମଧୁବାବୁ ଖ୍ରୀଷ୍ଟିଆନ ହେଲା ପରେ ତାଙ୍କ ପାଇଁ ମୁସଲମାନ ରାନ୍ଧୁଣିଆ ଜଣେ ତାଙ୍କ କୋଠିରେ ରାନ୍ଧୁଥିଲେ । ଏହି ଘରର ନାମ ବାବର୍ଚ୍ଚିଖାନା ।

Related Articles

Leave a Reply

Your email address will not be published. Required fields are marked *

Back to top button