ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୋନପୁର ବୀରମହାରାଜପୁର ତହସିଲ ଅଫିସର ରାଜସ୍ଵ ନିରୀକ୍ଷକ
1 min read
ଆଓରି-ଭୁବନେଶ୍ଵର(୨୩/୦୭) : ସୋନପୁର ଜିଲା ବୀରମହାରାଜପୁର ତହସିଲ ଅଫିସର ରାଜସ୍ଵ ନିରୀକ୍ଷକ ଅରୁଣ କୁମାର ପୁରୋହିତ ୨୫୦୦ଟଙ୍କା ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ପାଣ୍ଡବ ପ୍ରଧାନଙ୍କଠାରୁ ପୁରୋହିତ ତହସିଲ ଅଫିସରେ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।