ରାଜ୍ୟ

ଆସନ୍ତା କାଲି ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ

ଆଓରି-ଭୁବନେଶ୍ଵର(୦୫/୦୧) : ଆସନ୍ତାକାଲି ସକାଳେ ଆରମ୍ଭ ହେବ ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀ ଗଣନା । ଏଥିପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ମୋଟ ୨୧ ଟି ୟୁନିଟରେ ୬୩ ଜଣ କର୍ମଚାରୀ ରହିଛନ୍ତି। ବନ ବିଭାଗର ୨୧ଟି ବୋଟରେ କର୍ମଚାରୀ ମାନେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରି ନୂତନ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରିବା ସହ ମୋଟ ଆସିଥିବା ପକ୍ଷୀଙ୍କ ଗଣନା କରିବେ। ତେବେ ଚଳିତ ବର୍ଷ ମୋଟ 64 ପ୍ରଜାତିର ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିବା ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସକାଳ ୬ ଟା ରୁ ଦିନ  ୨ ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟକ୍ରମ ଚାଲିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି ବୋଲି ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button