ଜାତୀୟ

ସ୍ପାଇସ୍‌ ଜେଟର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

ଆଓରି-ନୂଆଦିଲ୍ଲୀ(୨୭/୮) : ଡେରାଡ଼ୁନରୁ ନୂଆଦିଲ୍ଲୀକୁ ଆସୁଥିବା ସ୍ପାଇସ୍‌ ଜେଟର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ନୂଆଦିଲ୍ଲୀ ବିମାନ ବନ୍ଦରର ୨ନମ୍ବର ଟାର୍ମିଲାନରେ ସୁରକ୍ଷିତ ଅବତରଣ କରିଛି। ଏହି ବିମାନରେ ୭୫ପ୍ରତିଶତ ଟାର୍ବାଇନ ତୈଳ ସହିତ ୨୫ପ୍ରତିଶତ ଜୈବ ଇନ୍ଧନର ବ୍ୟବହାର କରାଯାଇଛି। ୭୨ଟି ଆସନ ବିଶିଷ୍ଟ ଏହି ଜେଟ ବିମାନ ଆଂଶିକ ଜୈବ ଇନ୍ଧନ ଦ୍ୱାରା ପରିଚାଳିତ ହୋଇଥିଲା। ଜୈବ ଇନ୍ଧନର ବ୍ୟବହାର ଫଳରେ ବିମାନ ସେବାରେ ଖର୍ଚ୍ଚ କମ୍‍ ହେବା ସହ ପ୍ରଦ୍ୟୁଷଣ କମିବ। ଏହି ବିମାନକୁ ଡେରାଡୁନ ବିମାନ ବନ୍ଦରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍‍ ସବୁଜ ପତାକା ଦେଖାଇ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ବିମାନର ବାମ ପାଶ୍ୱର୍ର ଇଞ୍ଜିନକୁ ଜୈବ ଇନ୍ଧନରେ ପରିଚାଳିତ କରାଯାଇ ଥିବାବେଳେ ଡାହାଣ ପାଶ୍ୱର୍ ଇଞ୍ଜିନ ଚିରାଚରିତ ଇନ୍ଧନରେ ପରିଚାଳିତ ହେଉଥିଲା। ତେବେ ଜୈବ ଇନ୍ଧନରେ ପରିଚାଳିତ ବାମ ପାଶ୍ୱର୍ର ଇଞ୍ଜିନ ଡାହାଣ ପାଶ୍ୱର୍ର ଇଞ୍ଜିନଠାରୁ ଅଧିକ କାର୍ଯ୍ୟକ୍ଷମ ହୋଇଥିବା ବିମାନର ପାଇଲଟ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ ପରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button