ଜିଲ୍ଲାରାଜନୀତି

ବିଜେପୁରରେ ତ୍ରିଶକ୍ତି ଲଢେଇ ; ବିଜେପିର ଲୋକପ୍ରିୟତା ବଢୁଛି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପ୍ରଚାର ଧୀରେ ଧୀରେ ଏମିତି ଜମିଲାଣି ଯେ ପ୍ରତିଦିନ କିଛି କିଛି ନାଟକୀୟ ଘଟଣା ଘଟୁଛି। ବିଭିନ୍ନ ରାଜନୈତିକ ଦଳ ଏବେ କଡ଼ା ଟକ୍କର ଦେବା ପାଇଁ ମଇଦାନରେ ସଂଘର୍ଷ ଚଳାଇଛନ୍ତି। ବିଜେଡି ପାଇଁ ବିକାଶ ହେଉଛି ଦଳର ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଚେହେରା। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧରିଛନ୍ତି ବିଜେପି ପ୍ରଚାର ଭାର ଗ୍ରହଣ କରିଛନ୍ତି| ସ୍ଥାନୀୟ ବିଜେପି ନେତାଙ୍କ ବ୍ୟତୀତ ଛତିଶଗଡ଼ର ବିଧାୟକ ଓ ନେତାଙ୍କୁ ଭରସା କରି ଦଳ ପ୍ରଚାରକୁ ଆଗକୁ ନେଉଛି। ସେପଟେ କଂଗ୍ରେସ ପଛରେ ପଡିଥିବା ଭଳି ମନେ ହେଉଥିଲେ ମଧ୍ୟ ଅସଲରେ ପ୍ରାର୍ଥୀଙ୍କ ଆତ୍ମବିଶ୍ବାସ ଦେଖି ଜଣାପଡୁଛି କଂଗ୍ରେସ ମଧ୍ୟ ପଛରେ ନାହିଁ । ମୋଟାମୋଟି ବିଜେଡି, କଂଗ୍ରେସ ଓ ବିଜେପି ତିନି ଦଳ ମଧ୍ୟରେ ଏହି ଉପନିର୍ବାଚନରେ କଡ଼ା ଟକ୍କର ହେବ, ଏକଥା ସ୍ପଷ୍ଟ ଜଣାପଡୁଛି।
ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଦୁହେଁ ଜିତିବାର ଦାବେଦାର ମାନୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିଜର ଅଭିନ୍ତରୀଣ ସପକ୍ଷ ଭରଷାରେ ଅଛନ୍ତି।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ବିଜେପି ନେତାଙ୍କ ଉପସ୍ଥିତି ରାଜନୈତିକ ମହଲରେ ଭିନ୍ନ ଏକ ଆଲୋଚନା ସୃଷ୍ଟି କଲାଣି। ଖୁବ ଶୀଘ୍ର କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ତଥା ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ରମନ ସିଂହ ମଧ୍ୟ ପ୍ରଚାରରେ ଓଲ୍ହାଇବେ| ମହାନଦୀ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଜେପିର ଭୂମିକାକୁ ଅସ୍ତ୍ର କରି ପଦ୍ମକୁ ମଳିନ କରିବା ଲାଗି ପ୍ରୟାସ ଚଳାଇଛି। ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ଆସିପାରନ୍ତି |ଏବେ କିନ୍ତୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ସ୍ଥାନୀୟ ମନ୍ତ୍ରୀମାନେ ଏହି ପ୍ରଚାରର ମଙ୍ଗ ଧରିଛନ୍ତି। ବିଜେଡିର ପ୍ରମୁଖ କାର୍ପଟଦାର ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ୩୦ ପାଖାପାଖି ବିଧାୟକ ଓ ନେତା ସେଠାରେ ଡେରା ପକାଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌, ପ୍ରକାଶ ଦେବତା, ସାଧୁ ନେପାକ ପ୍ରମୁଖ ତାଙ୍କ ଲାଗି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଚାଷୀ ମୋର ପ୍ରମୁଖ ପ୍ରଚାରକ ବୋଲି କହି ଦଳର ବରିଷ୍ଠ ଓ ତୁଙ୍ଗ ନେତାଙ୍କ ଅନୁପସ୍ଥିତିକୁ ଗୌଣ କରୁଛନ୍ତି ପ୍ରଣୟ।

Related Articles

Leave a Reply

Your email address will not be published. Required fields are marked *

Back to top button