March 27, 2023

ପରଲୋକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର

1 min read

ଆଓରି-ନୂଆଦିଲ୍ଲୀ(୧୯/୦୮) : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସୋମବାର ପରଲୋକ ଘଟିଛି। ୮୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। କର୍କଟ ରୋଗ ସମେତ ଅନ୍ୟାନ୍ୟ ରୋଗରେ ମଧ୍ୟ ସେ ଆକ୍ରନ୍ତ ଥିଲେ। ସେ ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବହୁ ଚର୍ଚ୍ଚିତ ଚାରା ଦୁର୍ନୀତି ମାମଲାରେ ୨୦୧୮ରେ କୋର୍ଟ ତାଙ୍କୁ ୫ ବର୍ଷ ସଶ୍ରମ କରାଦଣ୍ଡ ଶୁଣାଇଥିଲେ।

ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଜଗନ୍ନାଥ ମିଶ୍ର  ମଧ୍ୟ ରାଜ୍ୟର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ । କେନ୍ଦ୍ରରେ ମଧ୍ୟ ସେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ଭାଇ ଲଳିତ ନାରାୟଣ ମିଶ୍ର କେନ୍ଦ୍ରରେ ରେଳବାଇ ମନ୍ତ୍ରୀ ହୋଇଥିଲେ। ରାଜନୀତିରେ ଯୋଗ ଦେବା ପୂର୍ବରୁ ମିଶ୍ର ବିହାର ବିଶ୍ୱ ବିଦ୍ୟାଳୟର ଜଣେ ଅର୍ଥନୀତି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।

ଛାତ୍ର ଅବସ୍ଥାରୁ ଶ୍ରୀ ମିଶ୍ର କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏହା ପରେ ସେ ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। । ପ୍ରଥମେ ୧୯୭୫ରୁ ୧୯୭୭,  ଦ୍ଵିତୀୟରେ ୧୯୮୦ରୁ ୧୯୮୩ ଏବଂ ତୃତୀୟରେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏହା ପରେ ୧୯୯୦ ମସିହାର ମଧ୍ୟ ଭାଗରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.