ରାଜନୀତି

ଭୁବନେଶ୍ବରରେ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ଵାଗତ

ଭୁବନେଶ୍ୱର (ଆଓରି)୧୬-୩: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।

ଏହାପରେ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ  ଯାଇଥିଲେ | ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ପରିସରରେ ବ୍ୟାପକ ଆୟୋଜନ କରାଯାଇଥିଲା।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ଯାଇଥିଲେ। ଜଣେ ଓଡିଆ ହୋଇ ମଧ୍ୟ ବାହାର ରାଜ୍ୟରୁ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button