ଆନ୍ତର୍ଜାତୀୟ

ମୋଦୀ କ୍ୟାବିନେଟର ବଡ଼ ନିଷ୍ପତି : ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସହ ଦୁଷ୍କର୍ମ କଲେ ମିଳିବ ଫାଶୀ

ଆ.ଓ.ରି(ତା୨୨|୪)- କେନ୍ଦ୍ର କ୍ୟାବିନେଟ ନାବାଳିକା ରେପ ମାମଲାରେ ମୃତ୍ୟୁ ଦଣ୍ଡ ପ୍ରାବଧାନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆବାସରେ ପ୍ରାୟତଃ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଏହି ମାମଲା ପାଇଁ ଫାଷ୍ଟ କୋର୍ଟରେ ନିଷ୍ପତି ନିଆଯିବାର ବ୍ୟବସ୍ଥାର ହୋଇପାରେ ବୋଲି କୁହାଯାଉଛି।

କୁହାଯାଇପାରେଯେ, କି ଉତ୍ତର ପ୍ରଦେଶର ଉନ୍ନାୱ ଏବଂ ଜାମ୍ମୁ କାଶ୍ମୀରର କଠୁଆରେ ନାବାଳିକାମାନଙ୍କ ସହିତ ଦୁଷ୍କର୍ମ ଘଟଣାକୁ ନେଇକରି ସମଗ୍ର ଦେଶରେ ଅସନ୍ତୋଷ ଏବଂ କ୍ରୋଧର ମାହୌଲର ପୃଷ୍ଠଭୂମିରେ ସରକାର ‘ଶିଶୁଙ୍କୁ ଯୌନ ଅପରାଧ ସଂରକ୍ଷଣ ଅଧିନିୟମ’ (POSCO Act) ରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିବାର ଯୋଜନା କରୁଥିଲେ।

ପ୍ରସ୍ତାବ ଅନୁସାରେ ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁ ସହିତ ଦୁଷ୍କର୍ମ କରିଥିବା ଦୋଷୀକୁ ମଧ୍ୟ ମୃତ୍ୟୁଦଣ୍ଡ ଶୁଣାଯାଇପାରେ। ପୋକ୍ସୋ ଆଇନ୍ ର ବର୍ତମାନ ପ୍ରାବଧାନ ଅନୁସାର ଏହି ଜଘନ୍ୟ ଅପରାଧ ପାଇଁ ଅଧିକତମ ଦଣ୍ଡ ଆଜୀବନ କାରାବାସ ଅଟେ। ନ୍ୟୁନତମ ଦଣ୍ଡ ସାତ ବର୍ଷ ଜେଲ ଅଟେ। ଉନ୍ନାବ ଏବଂ କଠୁଆର ଘଟଣାରେ ନିଜର ପ୍ରଥମ ଟିପ୍ପଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ କହିଥିଲେ କି କୌଣସି ଅପରାଧୀକୁ ଛଡ଼ାଯିବନାହିଁ ଏବଂ ନାବାଳିକାଙ୍କୁ ନ୍ୟାୟ ମିଳିବ। ଏହି ମିଟିଙ୍ଗରେ ମୁଖ୍ତାର ଆବ୍ବାସ ନକୱୀ, ଉମା ଭାରତୀ ଏବଂ ସ୍ମୃତି ଇରାନୀ, ପିୟୁଷ ଗୋୟଲ, ଜେ.ପୀ. ନଡ୍ଡା, ରବିଶଙ୍କର ପ୍ରସାଦ, ଡକ୍ଟର ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button