March 22, 2023

ଇନ୍‌ସାସ୍‌କୁ ବଦଳରେ ସୁରକ୍ଷା ବଳଙ୍କୁ ପ୍ରଦାନ କରାଯିବ ସଂପୂର୍ଣ୍ଣ ଅତ୍ୟାଧୁନିକ ଏକେ-୨୦୩ ରାଇଫଲ

1 min read
AK-203-Aajira-Odisha

ଆଓରି-ନୂଆଦିଲ୍ଲୀ(୦୩/୦୩) : ଦେଶର ସୀମାରେ ମୁତୟନ ଥିବା ସେନା ବାହିନୀର ଇନ୍‌ଫାନ୍‌ଟ୍ରି ଟ୍ରୁପ୍‌ ବ୍ୟବହାର କରୁଥିବା ଇନ୍‌ସାସ୍‌ ଆସଲ୍ଟ ରାଇଫଲଗୁଡ଼ିକ ସାଂପ୍ରତିକ ପରିସ୍ଥିତିରେ ଅପ୍ରାସଙ୍ଗିକ ହୋଇପଡ଼ିଥିବାରୁ ଏଗୁଡ଼ିକୁ ପ୍ରତ୍ୟାହାର କରି ଆଣି ତା’ବଦଳରେ ସଂପୂର୍ଣ୍ଣ ଅତ୍ୟାଧୁନିକ ଓ ପରବର୍ତ୍ତୀ ପିଢ଼ିର ଏକେ-୨୦୩ ରାଇଫଲ ଦେବାକୁ କେନ୍ଦ୍ର ପ୍ରତିରକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏକେ-୨୦୩ ରାଇଫଲ ହେଉଛି ଏକେ-୪୭ ରାଇଫଲ୍‌ର ଅତ୍ୟାଧୁନିକ ସଂସ୍କରଣ।

ଏହି ଉଦ୍ଦେଶ୍ୟରେ ଭାରତ ସରକାର ଋଷିଆର ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ କମ୍ପାନି ଠାରୁ ୭୫୦,୦୦୦ଟି ଏକେ- ୨୦୩ ରାଇଫଲ କିଣିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଏହି ସମସ୍ତ ଏକେ-୨୦୩ ରାଇଫଲ ଆସିଗଲେ ଭାରତୀୟ ସ୍ଥଳ ସେନା, ବାୟୁସେନା ଓ ନୌସେନା ଯବାନମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଇନ୍‌ସାସ୍‌ ରାଇଫଲଗୁଡ଼ିକ ପ୍ରତ୍ୟାହାର କରିଆଣି ତା’ ବଦଳରେ ଏଇ ଅତ୍ୟାଧୁନିକ ସ୍ୱୟଂ ଚାଳିତ ଏକେ-୨୦୩ ରାଇଫଲ୍‌ ପ୍ରଦାନ କରିବେ।

ଏଥିସହ ଆତଙ୍କବାଦୀ ଓ ଉଗ୍ରବାଦୀମାନଙ୍କର ମୁକାବିଲା କରୁଥିବା ସୁରକ୍ଷା ବଳଙ୍କୁ ମଧ୍ୟ ସଂପୂର୍ଣ୍ଣ ଅତ୍ୟାଧୁନିକ ୭.୬୯ଏମ୍‌ଏମ୍‌ ୫୯ କାଲିବର ରାଇଫଲ ପ୍ରଦାନ ପାଇଁ ଭାରତ ସରକାର ଆମେରିକାର ସିଗ୍‌ ସୋୟର୍‌ କମ୍ପାନି ସହ ଅନ୍ୟ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ କରିଥିବା ଜାଣିବାକୁ ମିଳିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.