ଛତିଶଗଡ ମୁଖ୍ୟମନ୍ତ୍ରୀ ହେବେ ଭୂପେଶ ବଘେଲ
1 min read
ଆଓରି-ନୂଆଦିଲ୍ଲୀ(୧୬/୧୨) : ରାଜ୍ୟର ମୁଖ୍ୟ ପଦବୀ କାହା ଭାଗ୍ୟରେ ପଡ଼ିବ ବୋଲି ପାଞ୍ଚ ଦିନର କଳ୍ପନାଜଳ୍ପନା ଶେଷ କରାଯାଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଇଁ ଭୂପେଶ ବଘେଲଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ରବିବାର ଦିନ କଂଗ୍ରେସ ଲେଜିସ୍ଲେଚର୍ ପାର୍ଟିରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ବଘେଲଙ୍କ ବ୍ୟତୀତ ଟିଏସ୍ ଦେଓ, ତମରାଧଓ୍ଵାଜ୍ ସାହୁ ଏବଂ ଚରଣ ଦାସ ମହନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ଥିଲେ। ଶନିବାର ଦିନ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ବୈଠକ ଡକାଇ ଚାରି ନେତାଙ୍କ ବିଷୟରେ ଆଲୋଚନା କରିଥିଲେ ଏବଂ ଶେଷରେ ଶ୍ରୀ ବଘେଲଙ୍କ ନାମ ଘୋଷଣା କରିଥିଲେ।