May 19, 2024

ଭୁବନେଶ୍ୱର ବିଶ୍ୱର ଶ୍ରେଷ୍ଠ ୨୦ଟି ସ୍ମାର୍ଟ ସିଟି ତାଲିକାରେ ସ୍ଥାନପାଇଲା

1 min read

juniper research list
ନୂଆଦିଲ୍ଲୀ (ଆରି)୧୩-୩: ସ୍ମାର୍ଟ ସିଟି ହିସାବରେ ଭୁବନେଶ୍ୱର କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ହାସଲ କରିଛି । ଇଣ୍ଟେଲ ଦ୍ଵାରା ପ୍ରଯୋଜିତ ଜୁନିପର ରିସର୍ଚ୍ଚ ଅନୁସାରେ ଭାରତରେ ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ନଂ-୧ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ସ୍ମାର୍ଟ ସିଟି ସର୍ଭେରେ ପ୍ରଥମ ୨୦ ଟି ସହର ମଧ୍ୟରେ ସ୍ଥାନ ପାଇଛି ।

ଜୁନିପର ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଗ୍ଲୋବାଲ ସ୍ମାର୍ଟ ସିଟି ପରଫରମାନ୍ସ ଇଣ୍ଡେକ୍ସ ୨୦୧୭ରେ ଭୁବନେଶ୍ୱର ସାରା ବିଶ୍ୱରେ ୧୯ତମ ସ୍ଥାନରେ ରହିଛି । ସିଂଗାପୁର ଏହି ତାଲିକାର ନିଜର ମୋବିଲିଟି, ସ୍ୱାସ୍ଥ୍ୟସେବା, ନିରାପତ୍ତା ଓ ଉତ୍ପାଦକତା କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ମୋବିଲିଟି ବା ଗମନାଗମନ ସୁବିଧା, ସ୍ୱାସ୍ଥ୍ୟସେବା ସୁବିଧା ଓ ଉତ୍ପାଦକତାରେ ଭୁବନେଶ୍ୱର ବିଶ୍ୱରେ ୧୯ ତମ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.