ସ୍ୱାସ୍ଥ୍ୟ

ଜାଣନ୍ତୁ ,ଲିଚୁ ଖାଇଲେ କ’ଣ ଉପକାର ମିଳେ

ଆ.ଓ.ରି(ତା୨୬|୫)-ଖରାଦିନେ ଲିଚୁର ଆଦର ଖୁବ୍‌ ବଢିଯାଇଥାଏ। ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏବେ ବଜାରରେ ଓ ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ଲିଚୁ ବିକ୍ରି ହେଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଳ ଖାଇବା ଦ୍ୱାର ଅନେକ  ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ଗୁଣ ବିଷୟରେ –

୧- ଲିଚୁ ଖାଉଥିବା ଲୋକର କେଶ ମଜବୁତ୍‌ ରହେ। ଏହା କେଶ ବୃଦ୍ଧିରେ ସହାୟକ ହୋଇଥାଏ। କାରଣ ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ସି ଥାଏ; ଯାହା କି କେଶ ପାଇଁ ଖୁବ୍‌ ଉପଯୋଗୀ ଅଟେ।

୨- ଲିଚୁ ଖାଇବା ଦ୍ୱାରା ଶରୀରର ଓଜନ ଠିକ୍ ରହେ। ଏଥିରେ କମ୍‌ କ୍ୟାଲୋରି ଥିବା ହେତୁ ତାହା ଶରୀରର ଓଜନ ବୃଦ୍ଧି କରି ନ ଥାଏ।

୩-ଲିଚୁ ହଜମ କ୍ରିୟାକୁ  ତ୍ୱରାନ୍ୱିତ ରଖିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଜଳ ଥିବା କାରଣରୁ ଏହା ପେଟକୁ ଆରାମ ଦେଇଥାଏ।

୪-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ଥାଏ। ଫଳରେ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ।

୫- ଯଦି ଆପଣଙ୍କ ତ୍ୱଚାରେ କୌଣସି ଦାଗ ଅଛି ତ ଲିଚୁ ଖାଇବା ଦ୍ୱାରା ଏହି ଦାଗ ଲିଭିଯାଏ।

୬-ଲିଚୁ ଖାଉଥିବା ଲୋକଙ୍କର ସହଜରେ ହୃଦୟ ଜନିତ ରୋଗ ହୋଇନଥାଏ।

ତେବେ ପୋକ ଲାଗିଥିବା ବା ପକ୍ଷୀ ଅଇଁଠା କରିଥିବା ଲିଚୁ ଖାଆନ୍ତୁ ନାହିଁ । କାରଣ ଏହା ସଂକ୍ରମିତ ହୋଇଥାଏ ଓ ଏଥିରେ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button