ସ୍ୱାସ୍ଥ୍ୟ

ଖରାଦିନ ରେ ପଇଡ଼ପାଣିର ଉପକାର

ଆଓରି(ତା୧୯|୪)- ସ୍ବାସ୍ଥ୍ୟପାଇଁ ଅମୃତ ପଇଡ଼ପାଣି ଖରାର ପ୍ରଭାବ ବଢ଼ି ବଢ଼ି ଚାଲିଛି। ତେଣୁ ଏସମୟରେ ଥଣ୍ଡା ପାନୀୟର ଡିମାଣ୍ଡ ବି ଖୁବ୍‌ ବେଶି। ଯେଉଁମାନେ ପଇଡ଼ପାଣିକୁ ବାଛୁଛନ୍ତି ସେମାନେ ଅଧିକ ଫିଟ୍‌ ରହୁଥିବା ଦେଖିବାକୁ ମିଳୁଛି।  ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତେଣୁ ଡାକ୍ତରମାନେ ମଧ୍ୟ ରୋଗୀମାନଙ୍କୁ ପଇଡ଼ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ଖରାଦିନେ ଝାଳ ଆକାରରେ ଶରୀରରୁ ପୋଟାସିଅମ୍‌, ଶ୍ୱେତସାର, କ୍ଲୋରାଇଡ୍‌, ମ୍ୟାଗ୍ନୋସିଅମ୍‌ ଭଳି ବିଭିନ୍ନ ଉପାଦାନ କ୍ଷୟ ହେଉଥିବାରୁ ଅନେକଙ୍କ ଠାରେ ଡିହାଇଡ୍ରେଶନ୍‌ ସମସ୍ୟା ଦେଖା ଦେଇଥାଏ। ଏହାକୁ ଦୂରକରିବା ଲାଗି ଆବଶ୍ୟକ ଲେମ୍ବୁ, ଚିନି, ଲୁଣ, ପାଣି ଆଦି ସରବତ ପିଇବାକୁ ଦିଆଯାଇଥାଏ।ଏହା ଶରୀରରେ ରକ୍ତ ସଞ୍ଚାଳନ ନିୟନ୍ତ୍ରଣରେ ରଖିବା ସହ ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ବୃଦ୍ଧି କରିଥାଏ। ଏଥିରେ ଭରପୂର ମାତ୍ରାରେ ଇଲେକ୍ଟ୍ରୋଲାଇଟ୍‌ ଭରି ରହିଛି; ଯାହାକୁ ପିଇବା ଦ୍ୱାରା ଖରାଦିନେ ହେଉଥିବା ପେଟ ଗରମ, ପରିସ୍ରା ପୋଡ଼ା, ଇନ୍‌ଫେକ୍ସନ ଭଳି ସମସ୍ୟା ଦୂରହୋଇଥାଏ। ଏହା ଶରୀରରୁ ବ୍ୟାଡ୍‌ କୋଲେଷ୍ଟେରଲ ଦୂରକରି ଗୁଡ୍‌କୋଲେଷ୍ଟେରଲ.ବୃଦ୍ଧିକରିବାରେସାହାଯ୍ୟକରିଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button