ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍
1 min readଆଓରି(ତା୨୧|୪)- ସୁପର କପ୍ ଫୁଟବଲର ଗ୍ରାଣ୍ଡ୍ ଫିନାଲେରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ୍ ବେଙ୍ଗଲ୍କୁ ୪-୧ ଗୋଲରେ ହରାଇ ସୁପର କପ୍ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC।
୨ଟି ଗୋଲ୍ ସହ ଟିମ୍ ପକ୍ଷରୁ ସର୍ବାଧିକ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସୁନୀଲ ଛେତ୍ରୀ। ତେବେ ବେଙ୍ଗାଲୁରୁ ଏଫ୍ସି ମ୍ୟାଚ୍ର ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲା। ପ୍ରତିବଦଳରେ ବିପକ୍ଷ ଟିମ୍ କେବଳ ମାତ୍ର ଗୋଟିଏ ଗୋଲ୍ କରିବାରେ ସଫଳ ହୋଇଥିଲା।
ଆଜିର ମ୍ୟାଚ୍ ସହ କଳିଙ୍ଗ ଷ୍ଟାଡିୟମ୍ରେ ଉଦ୍ଯାପିତ ହୋଇଛି ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ।