ଜିଲ୍ଲା

୧୦ ଡିଗ୍ରି ତଳେ ରାଜ୍ୟର ୧୫ଟି ସହର

ଭୁବନେଶ୍ୱର : ଦୁଇ ଦିନ ହେଲା ରାଜ୍ୟର ୧୫ଟି ସହରର ପାରଦ ୧୦ ଡିଗ୍ରି ତଳେ ରହୁଛି| ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲେ ମଧ୍ୟ ଗୋଟିଏରୁ ଦୁଇ ଡିଗ୍ରି ବୃଦ୍ଧି ପାଇଛି। ୫ ଡିଗ୍ରି ତଳେ ରହୁଥିବା ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ୫ ଡିଗ୍ରୀ ଉପରକୁ ଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୬ଡିଗ୍ରି ରହିଛି।
ସବୁ ସହରରେ ପାରଦ ଟିକିଏ ବଢ଼ିଥିଲେ ମଧ୍ୟ ଏବେ ପାଗରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେବା ଭଳି ଲାଗୁ ନାହିଁ। ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ଶରତ ସାହୁଙ୍କ ଅନୁଯାୟୀ ଆସନ୍ତା ୬ ରୁ ୭ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଗୋଟିଏରୁ ଦୁଇ ଡିଗ୍ର୍ରି ଏପାଖ ସେପାଖ ହେବ।
ଓୟୁଏଟି କୁଳପତି ତଥା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଗୁରୁବାର କିଛି ସ୍ଥାନରେ ଗୋଟିଏରୁ ଦୁଇ ଡିଗ୍ରି ବଢ଼ିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆଉ କିଛି ସ୍ଥାନରେ ପାରଦ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ବାଲେଶ୍ୱର, ପୂର୍ବ ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ପରି ଜିଲ୍ଲାରେ ଥଣ୍ଡା ପୂର୍ବଭଳି ଜାରି ରହିବ। ୧୮ ତାରିଖ ପରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button