ରାଜନୀତି

ଅନଶନ ପୂର୍ବରୁ କଂଗ୍ରେସ ନେତା ଖାଇଲେ ଛୋଲେ ଭଟୁରେ

ଆ.ଓ.ରି(ତା୧୧|୪)-ଉପବାସ ଅନଶନ ତାହା ପୁଣି ରେଷ୍ଟୁରାଣ୍ଟରେ ଛୋଲେ ଭଟୁରେ ଖାଇ । ଏପରି ଅଭିଯୋଗ କିଛି କଂଗ୍ରେସ ନେତାଙ୍କ ବିରୋଧରେ ଆସିଛି । ଦିଲ୍ଲୀର ରାଜଘାଟ ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପବାସ ଅନଶନରେ ବସିଥିଲେ । ଏଥିରେ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ । ହେଲେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ, ଅବିନ୍ଦର ସିଂ ଓ ହରୁନ ୟୁସୁଫ ଏହି ଉପବାସ ଅନଶନ ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ବସି ଛୋଲେ ଭଟୁରେ ଖାଉଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋକୁ ବିଜେପି ନେତା ଅରିସ୍‌ ଖୁରାନା ଟ୍ୱିଟରରେ ସେୟାର କରିଥିଲେ । ଏ ବିଷୟରେ  କଂଗ୍ରେସ ନେତା ଅରବିନ୍ଦର ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନେ ସକାଳ  ଆଠଟା ୩୦ରେ ଏହି ଜଳଖିଆ ଖାଉଥିଲେ । ଉପବାସ ଦିନ ୧୦ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଥିଲା ବୋଲି ସଫେଇ ଦେଇଛନ୍ତି । ବିଜେପି ଜାଣି ଶୁଣି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହାର ସମାଲୋଚନା କରିଛନ୍ତି । କଂଗ୍ରେସ ଉପବାସ ଅନଶନ ନାମରେ  ଏପରି କାମକୁ ସେ ନାପସନ୍ଦ କରିବା ସହ କଂଗ୍ରେସ ଲୋକ ଦେଖାଣିଆ ଉପବାସ କରୁଥିବା ଅଭିଯୋଗ କରିଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button