ରାଜ୍ୟ

ବେଦବ୍ୟାସ ପୀଠକୁ ପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ପରିଣତ କରିବାକୁ ଅନୁରୋଧ

ଆଓରି(ତା୧୮|୪)-  ସେକ୍ଟର ଅଞ୍ଚଳ ସହ ସିଧାସଳଖ ଯୋଗାଯୋଗ ପାଇଁ ଝୁଲାପୋଲର ନିର୍ମାଣ ତୁରନ୍ତ କରାଯାଉ। ମନ୍ଦିର ନିକଟରେ ୧୨୧ ଫୁଟ୍ର ବ୍ୟାସଦେବଙ୍କ ପ୍ରତିମା ହେଉ। ବେଦବ୍ୟାସ ଛକରେ ବୃଷଭ ଦେବଙ୍କ ୨୧ ଫୁଟ୍ର ମୂର୍ତ୍ତି ନିର୍ମାଣ କରାଯାଉ। ବେଦବ୍ୟାସ ମହାବୀର ପାହାଡ଼ରେ ଏକ ଆୟୁର୍ବେଦିକ ଉଦ୍ୟାନର ବ୍ୟବସ୍ଥା ହେଉ। ୧୦ ହଜାର ଦର୍ଶକ ବସି ପାରୁଥିବା ଭଳି ମଞ୍ଚ ନିର୍ମାଣ ହେଉ। ଯେଉଁଥିରେ ଏକ ଆଧ୍ୟାତ୍ମିକ ପୁସ୍ତକାଳୟ ଓ ଗବେଷଣା କେନ୍ଦ୍ର ପାଇଁ ବ୍ୟବସ୍ଥା ସହ ପ୍ରାଚୀନ ଓଡ଼ିଶାର ଗୌରବମୟ ଇତିହାସ ପ୍ରଦର୍ଶିତ ହେଉ। ପାନପୋଷ ରେଳଷ୍ଟେସନକୁ ବେଦବ୍ୟାସ-ପାନପୋଷ ନାମରେ ନାମିତ କରାଯାଉ। ପ୍ରଦୂଷଣ ମୁକ୍ତ ବ୍ରାହ୍ମଣୀ ପାଇଁ ବେଦବ୍ୟାସ ଘାଟରେ ୫ଟି ପୂଜା ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇ ତାର ସଦବ୍ୟବହାର କରାଯାଉ। ଇସ୍ପାତ କାରଖାନା ତଥା ଅନ୍ୟ କାରଖାନାରୁ ନିର୍ଗତ ବର୍ଜ୍ୟ ଦୂଷିତ ଆବର୍ଜନାକୁ ନଦୀ ଜଳରେ ମିଶ୍ରଣ କରାନଯାଉ। ବିଦ୍ୟାଳୟ, ମହାବିଦ୍ୟାଳୟ, ଡ଼ାକ୍ତରଖାନା, ମନ୍ଦିର ନିକଟରେ ସିଗାରେଟ, ଗୁଟଖା, ମଦ ଇତ୍ୟାଦି ନିଶା ଦ୍ରବ୍ୟ ବିକ୍ରୟ ନିଷିଦ୍ଧ କରାଯାଉ। ସ୍ମାର୍ଟ ସିଟିର ମର୍ଯ୍ୟାଦା ରଖିବା ପାଇଁ ରାସ୍ତାକଡ଼ ପଶୁହତ୍ୟା ବନ୍ଦ କରାଯାଉ। ଜନଗହଳିରୁ ଦୂରରେ ଏଭଳି କାର୍ଯ୍ୟପାଇଁ ପ୍ରଶାସନ ଅନୁମତି ପ୍ରଦାନ କରୁ ଆଦି ଦାବିକୁ ନେଇ ଆଜି ଭାରତୀୟ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ନାମରେ ପ୍ରଦାନ କରାଯାଇଛି। ଏହି ଅବସରରେ ନିଳକଣ୍ଠ ମହାନ୍ତି, ଜ୍ଞାନରଞ୍ଜନ ମିଶ୍ର, ନୃସିଂହ ଜେନା, ଶଶାଙ୍କ ଶେଖର ଜେନା, ନିତ୍ୟାନନ୍ଦ ଦାଶ, ବିଭୁତି ଭୁଷଣ ପଲେଇ, ପ୍ରେମ ପ୍ରକାଶ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button