ସ୍ୱାସ୍ଥ୍ୟ

ଚେହେରାକୁ ସୁନ୍ଦର କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଆ.ଓ.ରି(୩୧|୫)-ଉତ୍ତମ ସ୍ୱାସ୍ଥ୍ୟ ଓ ସୁନ୍ଦର ଚେହେରାର ହେବାକୁ ସମସ୍ତେ ଇଚ୍ଛା କରିଥାନ୍ତି। ଏହା ସବୁ ଝିଅଙ୍କର ପସନ୍ଦ। କିନ୍ତୁ ଅନେକ ଏମିତି ଝିଅ ଅଛନ୍ତି ଯେଉଁମାନେ ସମୟ ଅଭାବରୁ ତ୍ୱଚାକୁ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଯାହା ଦ୍ୱାରା ସେମାନଙ୍କ ତ୍ୱଚା ଫିକା ପଡିଯାଏ। ଆଉ ଏହାକୁ ନେଇ ଅନେକ ଚିନ୍ତିତ ଥାଆନ୍ତି। ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କିଛି ଘରୋଇ ଉପାୟ ଆପଣାଇ ତ୍ୱଚାର ଯତ୍ନ ନେଇପାରିବେ। ଆସନ୍ତୁ ସେହି ବିଷୟରେ ଜାଣିବା –

୧- ଯହି ଆପଣଙ୍କ ଚେହେରାରେ କୁଞ୍ଚନ ପଡିଯାଇଛି, ଆପଣ ଏଥିପାଇଁ କଦଳୀ ବ୍ୟବହାର କରିପାରିବେ। କଦଳୀ ଚେହେରାରୁ କୁଞ୍ଚନ ଦୂର କରିବାରେ ସାହାଯ୍ୟ କରିଥାଏ। ପାଚିଲା କଦଳୀକୁ ଚେହେରାରେ ଲଗାଇ ଅଧା ଘଂଟା ପରେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ରୂପେ ଆପଣ କଦଳୀକୁ ଚେହେରା ପାଇଁ ବ୍ୟବହାର କଲେ ଜାଣିପାରିବେ କଦଳୀ କେତେ ଦରକାରୀ।

୨-କଞ୍ଚା କ୍ଷୀର ତ୍ୱଚା ପାଇଁ ବହୁତ ଭଲ। ଦୁଇ ଚାମଚ କଞ୍ଚା କ୍ଷୀର ନେଇ ମୁହଁରେ ଲଗାନ୍ତୁ। କ୍ଷୀର ଶୁଖିଗଲା ପରେ ଖାଇବା ଲୁଣ ନେଇ ମୁହଁରେ ଧୀରେ ଧୀରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ମୃତ ତ୍ୱଚା ବାହରି ଯାଏ ଓ ଚେହେରା ସୁନ୍ଦର ଦେଖାଯାଏ।

୩-ବେସନ, ହଳଦୀ ,ଲେମ୍ବୁ, ଦହି ଓ ଗୋଲାପ ଜଳ ମିଶାଇ ଲେପ ତିଆରି କରି ଚେହେରାରେ ଲଗାନ୍ତୁ। ଏହି ଲେପକୁ ସପ୍ତାହରେ ଅତି କମରେ ଥରେ ଲଗାନ୍ତୁ ।

୪-ଲିମ୍ବ ତ୍ୱଚାକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ। ଲିମ୍ବକୁ ଚେହେରାରେ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ ।

୫- ଚେହେରାରେ ଯଦି ଚମକ ଆଣିବାକୁ ଚାହୁଁଛନ୍ତି ତ ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହା କଲେ ଚେହେରାରେ ଚମକ ଆସିଥାଏ । ଚେହେରା ଖୁବ୍‌ ଆକର୍ଷଣୀୟ ଲାଗିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button