ମନୋରଞ୍ଜନ

ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ “ବାଜାର” ଏବଂ “କାଶୀ ଇନ୍‌ ସର୍ଚ୍ଚ ଅଫ୍‌ ଗଙ୍ଗା”

ଆଓରି-ନୂଆଦିଲ୍ଲୀ(୨୬/୧୦) : ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ଦୁଇଟି ଭିନ୍ନ ସ୍ଵାଦର ହିନ୍ଦୀ ଫିଲ୍ମ। ବହୁ ପ୍ରତୀକ୍ଷିତ ଗୌରବ ଚାୱଲାଙ୍କ ‘ବାଜାର’ ସହ ଧୀରଜ କୁମାରଙ୍କ ‘କାଶୀ ଇନ୍‌ ସର୍ଚ୍ଚ ଅଫ୍‌ ଗଙ୍ଗା’ ଚଳିତ ଶୁକ୍ରବାର ପରଦାକୁ ଆସିବ। ଉଭୟ ଫିଲ୍ମର ନିଆରା କାହାଣୀ ସହ ସୈଫ୍‌ ଅଲି ଖାନ ଓ ସରମନ୍‌ ଜୋଷୀଙ୍କ ଭଳି ଷ୍ଟାର୍‌କାଷ୍ଟ୍‌ ଦର୍ଶକଙ୍କୁ ଏହି ଫିଲ୍ମ ପ୍ରତି ଆକୃଷ୍ଟ କରିବ।
ପାୱାର, ମନି, ବିଜ୍‌ନେସ୍‌ ଭଳି ୩ ବ୍ୟାକ୍‌ଡ୍ରପ୍‌କୁ ନେଇ ପରଦାକୁ ଆସିବ ରୋମାଞ୍ଚଭରା ଫିଲ୍ମ ‘ବାଜାର’। ବମ୍ବେ ଷ୍ଟକ୍‌ ମାର୍କେଟ୍‌ ଉପରେ ଆଧାରିତ ଏହି ଫିଲ୍ମ ଏକ ବିଜ୍‌ନେସ୍‌ କ୍ରାଇମ୍‌ ଡ୍ରାମା ଫିଲ୍ମ। ଏହାର ନିର୍ଦ୍ଦେଶନା ଗୌରବ କେ.ଚାୱଲା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ନିଖିଲ ଆଡଭାନୀ, ଅସୀମ ଆରୋରା ଓ ପରଭେଜ୍‌ ଶେଖ୍‌। ଫିଲ୍ମର ଲିଡ୍‌ରେ ସୈଫ୍‌ ଅଲି ଖାନଙ୍କ ସହ ରୋହନ ମେହେରା, ଚିତ୍ରାଙ୍ଗଦା ସିଂ ଓ ରାଧିକା ଆପ୍ଟେ ଦେଖିବାକୁ ମିଳିବେ। ଏହାବ୍ୟତୀତ ଡେନ୍‌ଜିଲ୍‌ ସ୍ମିଥ୍‌, ସୌରଭ ଶୁକ୍ଳା, ଅନୁପ୍ରିୟା ଗୋଏଙ୍କା ଏବଂ ସ୍ପେଶିଆଲ ଆପିଅରାନ୍ସରେ ଏଲି ଆବ୍ରାହମ୍‌ ନଜର ଆସିବେ। ଏକ ଛୋଟ ସହରରୁ ଉଚ୍ଚ ସ୍ଵପ୍ନ ନେଇ ମୁମ୍ବାଇ ଯାଇଥିବା ଜଣେ ସାଧାରଣ ଯୁବକ କିଭଳି ମାୟାନଗରୀର ମାୟାଜାଲରେ ନିଜକୁ ହଜାଇଦେଉଛି ତାହା ଫିଲ୍ମରେ ଦେଖିବାକୁ ମିଳିବ।
ସେହିଭଳି ବଲିଉଡ୍‌ ସସ୍‌ପେନ୍ସ ଥ୍ରୀଲର୍‌ ଫିଲ୍ମ ‘କାଶୀ ଇନ୍‌ ସର୍ଚ୍ଚ ଅଫ୍‌ ଗଙ୍ଗା’ ମଧ୍ୟ ପରଦାକୁ ଆସୁଛି। ଧୀରଜ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ‘ଥ୍ରୀ ଇଡିଅଟ୍‌ସ’ ଏବଂ ‘ରଙ୍ଗ୍‌ ଦେ ବସନ୍ତୀ’ ଫେମ୍‌ ସରମନ୍‌ ଜୋଷୀ ଓ ଐଶ୍ୱର୍ଯ୍ୟା ଦେବନ୍‌। ପ୍ରଥମଥର ପାଇଁ ଐଶ୍ୱର୍ଯ୍ୟା ଦେବନ୍‌ ଏହି ଫିଲ୍ମରେ ନିଜର ଡେବ୍ୟୁ ଆରମ୍ଭ କରିଥିବା ବେଳେ ତାଙ୍କୁ ସରମନ୍‌ଙ୍କ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ। ଏହାବ୍ୟତୀତ ଗୋବିନ୍ଦ ନାମଦେବ, ଅଖିଳେନ୍ଦ୍ର ମିଶ୍ର, ପରିତୋଷ ତ୍ରିପାଠୀ, ମନୋଜ ଜୋଷୀ, ମନୋଜ ପହଓ୍ବା ମଧ୍ୟ ବିଭିନ୍ନ ଭୂମିକାରେ ନଜର ଆସିବେ। ଇନ୍‌ଷ୍ଟି ଇଣ୍ଡିଆ ଫିଲ୍ମର ପ୍ରଯୋଜନା କରିଥିବା ବେଳେ ଏହାର କାହାଣୀ ଲେଖିଛନ୍ତି ମନୀଷ କିଶୋର। ଫିଲ୍ମରେ ସରମନ୍‌ ଗଙ୍ଗା ଭୂମିକାରେ ଅଭିନୟ କରିଥିବା ବେଳେ ସେ କିଭଳି ନିଜ ଭଉଣୀକୁ ଖୋଜିବାକୁ ସଂଘର୍ଷ କରୁଛନ୍ତି, ତାହା ଏଥିରେ ଦର୍ଶାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button