ଏନଏସି ଦାବିରେ ବେଗୁନିଆ ବନ୍ଦ
1 min read
ଆ.ଓ.ରି(ତା୨୧|୫)-NAC ମାନ୍ୟତା ଦାବିରେ ଖୋର୍ଦ୍ଧା ବେଗୁନିଆରେ ବନ୍ଦ ପାଳନ। ବେଗୁନିଆ ସଚେତନ ମଞ୍ଚ ପକ୍ଷରୁ ଆଜି ବେଗୁନିଆ ବନ୍ଦ ଡାକରା ଦିଆଯାଇଛି।
ବେଗୁନିଆକୁ NAC ମାନ୍ୟତା ସହ ୩ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ଯୋଗୁଁ ବେଗୁନିଆ ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି।
ସହରରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସଚେତନ ମଞ୍ଚ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବି ଅବରୋଧ କରାଯାଇଛି। ଫଳରେ ଏହି ରାସ୍ତାରେ ବହୁ ଗାଡ଼ି ମୋଟର ଅଟକି ରହିବା ସହ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି।