ଜୁଲାଇ ୧୫ରୁ ୟୁପିରେ ପ୍ଲାଷ୍ଟିକ୍ ବ୍ୟାନ୍
1 min read
ଆଓରି-ନୂଆଦିଲ୍ଲୀ( ୬।୭) : ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ଲାଷ୍ଟିକକୁ ନିଷେଧ କରିବାକୁ ଆଦେଶ ଜାରି କରିଛନ୍ତି। ସଲିଡ୍ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ପଲିସିକୁ ୟୁପି କ୍ୟାବିନେଟ ପ୍ରଥମରୁ ମଞ୍ଜୁରୀ ଦେଇ ସାରିଛି। ଏବେ ପ୍ଲାଷ୍ଟିକ ଉପରେ ନିଷେଧ ଲଗାଇବା ଦିଗରେ ୟୁପି ୧୯ତମ ରାଜ୍ୟ ପାଲଟିଯାଇଛି। ପୂର୍ବରୁ ୫୦ ମାଇକ୍ରନ୍ରୁ ପତଳା ପଲିଥିନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯିବା ସହ ଏହାର ଅବମାନନା କଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବାକୁ ଘୋଷଣା କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଏକ ଟୁଇଟ୍ ମାଧ୍ୟମରେ ଆସନ୍ତା ୧୫ରୁ ପ୍ଲାଷ୍ଟିକ ଉପରେ ନିଶେଧାଦେଶ ଜାରି କରାଯିବ ସହ ସାଧାରଣ ଜନତା ଏଥିରେ ସହଯୋଗ କରିବାକୁ ଉଲ୍ଲେଖ କରାଯାଇଛି।