May 19, 2024

ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ

1 min read
Pratap-Sarangi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୪/୦୬) : ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME ) ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ଶ୍ରୀ ଷଡ଼ଙ୍ଗୀ ଦାୟିତ୍ୱ ନେଇଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସଡ଼କ ପରିବହନ ବିଭାଗର ମନ୍ତ୍ରୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି । କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ଫୁଲ ତୋଡା ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଏହା ସହିତ ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ଗଡ଼କାରୀ ଓ ପ୍ରତାପ ଷଡ଼ଙ୍ଗୀ ଆଜି ଏକ ସମୟରେ ଆସି ଦାୟିତ୍ୱ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.