ରାଜନୀତି

ବୈଜୟନ୍ତ ପଣ୍ଡା ଇସ୍ତଫା ଦେବା ପରେ…

ଆ.ଓ.ରି(୨୮|୫)-ବିଜେଡ଼ିରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ବୈଜୟନ୍ତ ନିଜର ନିଜ କ୍ଷୋଭ ଦର୍ଶାଇବା ସହ, ଦଳରେ ତାଙ୍କର ଅଲୋଡ଼ାପଣ ବିଷୟରେ ଉଲ୍ଲେଖ କରିଛନ୍ତି। ତା ସହ ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ କୌଣସି ବିଜେଡି ନେତା ନ ଆସିବା ପ୍ରସଙ୍ଗ ତାଙ୍କୁ ବାଧିଥିବା ସେ କହିଛନ୍ତି।

ବିଜେଡ଼ିରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଖବର ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ସାମ୍ବାଦିକଙ୍କ ପର୍ଯ୍ୟନ୍ତ
ଏ ସଂପର୍କରେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି।

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ନେଇ ବିଜେଡ଼ିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଲେ, ‘ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି, ରାଜନୈତିକ ଆଲୋଚନା ଚାହୁଁନୁ।’

ଇସ୍ତଫା ଦେବା ତାଙ୍କ ବ୍ୟକ୍ତିଗତ କଥା, କାହାର ଶେଷ ଦର୍ଶନକୁ କିଏ ଯିବ, ନ ଯିବ ତାଙ୍କ ନିଜ ବ୍ୟାପାର ଓ ସେମାନଙ୍କ ବିବେକ ଉପରେ ନିର୍ଭର କରେ, ଏହାକୁ ନେଇ ମୋର କିଛି କହିବାର ନାହିଁ’- ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ

ଦଳର ମୁଖିଆଙ୍କ ଅଜାଣତରେ ସବୁ ଚାଲିଥିବା କୁହାଯାଇ ପାରିବନି, ପ୍ୟାରୀଙ୍କ କାଳରୁ ହିଁ ସବୁ ସଭାପତିଙ୍କ ଜାଣତରେ ଚାଲିଥିଲା। ସାଂସଦ ଭାବେ ଦାୟିତ୍ୱ ତୁଲାଇବାରେ ତ୍ରୁଟି କରି ନାହାନ୍ତି ବୈଜୟନ୍ତ ପଣ୍ଡା। ସେ ଜାତୀୟସ୍ତରରେ ଦଳ ଓ ରାଜ୍ୟର ଲୋକପ୍ରିୟତା ପାଇଁ କାର୍ଯ୍ୟ କରିଛନ୍ତି’- ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ

ମାନବିକ ସୌଜନ୍ୟ ଦେଖାଇଲେନି, ନିଶ୍ଚିତ ମନ କଷ୍ଟ ହୋଇଥିବ। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ମୋ ମନକୁ କଷ୍ଟ ହେଉଛି। ତାଙ୍କ ସ୍ୱାଭିମାନ ଦୃଷ୍ଟିରୁ ସେ ଠିକ୍‌ ନିଷ୍ପତ୍ତି ନେଇଥିବା ମୋ ବିଶ୍ୱାସ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବୈଜୟନ୍ତଙ୍କ ବାପା ତଥା ସ୍ୱର୍ଗତ ବଂଶୀଧରଙ୍କ ଶେଷଦର୍ଶନ ଯାଇନଥିବା ଦଳର ଏ କି ସୌଜନ୍ୟ! ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି କହିଲେ ସାମ୍ବାଦିକ ରବି ଦାସ

Related Articles

Leave a Reply

Your email address will not be published. Required fields are marked *

Back to top button