May 20, 2024

ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା

1 min read
Baijayant-Panda-Aajira-Odisha

ଆଓରି-ଭୁବନେଶ୍ଵର(୧୯/୧୨) : ବିଜେପିରେ ମିଶିବେ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ମଂଚେଶ୍ୱର ସ୍ଥିତି ଉତ୍କଳ ବିପନ୍ନ ସହାୟତା ସମିତିରେ  ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜାଗି ପଣ୍ଡା ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ମୋହନ ଭାଗବତ ଓ ଜାଗୀ ପଣ୍ଡାଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗର କ୍ରାନ୍ତୀୟ କର୍ମକର୍ତାଙ୍କ ସହ ଆଲୋଚନା ପାଇଁ ମୋହନ ଭାଗବତ ଓଡିଶା ଆସିଥିଲେ । ଏହି ସମୟରେ ଗତ ରବିବାର  ବୈଜୟନ୍ତଙ୍କ ପତ୍ନୀ ମୋହନ ଭାଗବତଙ୍କ ସହ ଆଲୋଚନା କରିଥିଲେ । ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା ହୋଇନଥିଲେ ସୁଦ୍ଧା, ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିରେ ଯୋଗ ଦେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.