April 19, 2024

ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଛି ବିଜେଡ଼ି : ବୈଜୟନ୍ତ ପଣ୍ଡା

1 min read

ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତ କିଛିବର୍ଷ ମଧ୍ୟରେ ବିଜୁ ବାବୁ ନାଁ ବିଜେଡି ମାଟିରେ ମିଶାଇଦେଇଥିବା କହିଛନ୍ତି ବୈଜୟନ୍ତ । ବୈଜୟନ୍ତ କହିଛନ୍ତି, ବିଜେପି ସହଯୋଗରେ ଆରମ୍ଭ ହୋଇଥିଲା ବିଜେଡି । ମେଣ୍ଟ ଭାଙ୍ଗିବା ପରେ ଧିରେ ଧିରେ ବିଗିଡିଗଲା ଦଳ । ଗତ କିଛିବର୍ଷ ମଧ୍ୟରେ ଏହା ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଛି । ଓଡ଼ିଶାରେ ଏବେ ପରିବର୍ତ୍ତନର ସ୍ୱର ସବୁଆଡେ ଶୁଣାଯାଉଛି ।

ବୈଜୟନ୍ତ ପୁଣି କହିଛନ୍ତି, ବିଜେଡି କର୍ମୀ ଗୁଣ୍ଡାରାଜ ଚଳାଇଛନ୍ତି । ରାଜରାସ୍ତାରେ ଲୋକଙ୍କୁ ପିଟୁଛନ୍ତି । ମଦ ପିଉ ସମସ୍ତଙ୍କୁ ହଇରାଣ କରୁଛନ୍ତି । ସାରା ଦେଶରେ ମହିଳାଙ୍କୁ ନିର୍ଯାତନା, ଗଣ ଦୁଷ୍କର୍ମ ଓ ହତ୍ୟାର ଶିକାର ହେଉଛନ୍ତି । ହେଲେ ଓଡ଼ିଶାରେ ମହିଳା ନିର୍ଯାତନା ସବୁଠାରୁ ଅଧିକ । ରାଜ୍ୟ ସରକାର ନାଗରିକଙ୍କୁ ସୁରକ୍ଷା ନଦେଇ  ଅପରାଧୀଙ୍କୁ ଆଶ୍ରୟ ଦେଉଛନ୍ତି ବୋଲି ବୈଜୟନ୍ତ ପଣ୍ଡା ଅଭିଯୋଗ ଆଣିଛନ୍ତି ।

ବୈଜୟନ୍ତ କହିଛନ୍ତି ଯେ, ହକ୍ ମାଗିବାରୁ ଚାଷୀଙ୍କୁ ଏଠାରେ ମାଡ ମରାଯାଉଛି । ପିଏମ୍ କିଷାନ ଯୋଜନାକୁ ଗ୍ରହଣ କରି ନଥିବାକୁ ରାଜ୍ୟ ସରକାରଙ୍କୁ ଲାଜ ଲାଗୁନି । ବେରୋଜଗାର ଯୁବକ ଦେଶ ବାହାରକୁ ଯାଉଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅକାଳ ମୃତ୍ୟୁ ହେଉଛି ।୧୯ ବର୍ଷ ଶାସନ ପରେ ମଧ୍ୟ ଗର୍ଭବତୀଙ୍କୁ ଏଠାରେ କାନ୍ଧେଇକି ଡାକ୍ତରଖାନା ନେବାକୁ ପଡୁଛି । ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ସେବା ବାଧାପ୍ରାପ୍ତ । ଏଥିପାଇଁ କେନ୍ଦ୍ର ସରକାର ହଜାର ହଜାର କୋଟି ଦିଆଗଲେ ମଧ୍ୟ ରାଜ୍ୟ ସରକାର ତାକୁ ନେବା ପାଇଁ ରାଜି ନୁହନ୍ତି । ଏବେ ଏଭଳି ଅପରାଧୀ ସରକାରକୁ ହଟାଇବା ଦରକାର ବୋଲି ବୈଜୟନ୍ତ କହିଛନ୍ତି ।

ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି, ମୋ ପିତାଙ୍କ ପରଲୋକ ହେବା ସମୟରେ ବିଜେଡିର କେହି ମଧ୍ୟ ଆସିଲେନି । ଏଭଳି ସରକାର ସ୍ୱାଭିମାନ କଥା କହିବା ପୂର୍ବରୁ ଲାଜ ମାଡିବା କଥା ବୋଲି କହିଛନ୍ତି ବୈଜୟନ୍ତ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.