May 19, 2024

ଭବ୍ୟ ସ୍ଵାଗତ ସହିତ ଭୁବନେଶ୍ଵରରେ ପହଞ୍ଚିଲେ ବୈଜୟନ୍ତ ପଣ୍ଡା

1 min read

ଆଓରି-ଭୁବନେଶ୍ଵର(୦୬/୦୩) : ବିପୂଳ ସମ୍ୱର୍ଦ୍ଧନା ସହ ଭୁବନଶ୍ୱରରେ ପହଁଞ୍ଚିଲେ ବୈଜୟନ୍ତ ପଣ୍ଡା । ବିଜେଡିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଗତ ୪ ତାରିଖରେ ପଦ୍ମ ଧରିଥିଲେ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, ରାଷ୍ଟ୍ରୀୟ ପ୍ରଭାରୀ ଅରୁଣ ସିଂହ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିଥିଲେ । ପଦ୍ମ ଧରିବା ପରେ ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏନେଇ ବିପୂଳ ଜନ ସମ୍ୱର୍ଦ୍ଧନା ସହ ବୈଜୟନ୍ତଙ୍କୁ ସ୍ୱାଗତ କରାଯାଇଛି ।

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦୀର୍ଘ ଦିନର ଅପେକ୍ଷା ପରେ ବୈଜୟନ୍ତ ପଦ୍ମ ଦଳରେ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ବୈଜୟନ୍ତ ଆସିଲେ ଦଳ ତୃଣମୂଳ ସ୍ତରରେ ସୂଦୃଢ ହୋଇପାରିବ । ଗତ ୪ ତାରିଖ ଅର୍ଥାତ ମହାଶିବ ରାତ୍ରୀରେ ବୈଜୟନ୍ତ ବିଜେପିରେ ସାମିଲ ହୋଇଛନ୍ତି । ଓଡିଶାର ଉନ୍ନତି ଏବଂ ବିକାଶ ପାଇଁ ଦୃଢ ନେତୃତ୍ୱ କେବଳ ମୋଦି ସରକାର ହିଁ ଦେଇପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟପଟେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଜୟନ୍ତଙ୍କ ସ୍ୱାଗତ ପାଇଁ ବିରାଟ ଆୟୋଜନ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.