April 20, 2024

ଆଜି ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା

1 min read
Baijayant-Panda-Join-BJP-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୩) : ରାଜ୍ୟ ରାଜନୀତିରେ ବଦଳୁଛି ସମୀକରଣ । କିଏ କେତେବେଳେ କାହାକୁ ଝଟକା ଦେଉଛି ଜାଣିବା କଷ୍ଟକର । କିଛିଦିନ ପୂର୍ବରୁ ଯେଉଁ ଝଡ଼ ଉଠି ନରମି ଯାଇଥିଲା ତାହା ପୁଣି ଫେରି ଆସିଛି । କଥାଟା ହେଉଛି ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ସତରେ ପରିଣତ ହେବାକୁ ଯାଉଛି ।

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ‘ପଦ୍ମ’ ଧରିବେ ଜୟ ପଣ୍ଡା । ପ୍ରଥମେ କେନ୍ଦ୍ରାପଡ଼ା ସାଂସଦ ଏବଂ ପରେ ବିଜେଡିରୁ ଇସ୍ତାଫା ଦେବା ପରଠୁ ବୈଜୟନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବୈଜୟନ୍ତଙ୍କ ପକ୍ଷରୁ ଏନେଇ କୌଣସି ଗ୍ରୀନ୍‌ ସିଗନାଲ୍‌ ମିଳି ନପାରିବାରୁ ମିଶ୍ରଣ ଝଡ଼ ଥମିବାରେ ଲାଗିଥିଲା । କିନ୍ତୁ ଏବେ ଜୟ ପଣ୍ଡା ପଦ୍ମ ଧରିବା ନେଇ ସ୍ପଷ୍ଟ ହୋଇଛି ।

ସେପଟେ ବରିଷ୍ଠ ଦାମବାବୁ ବୈଜୟନ୍ତଙ୍କୁ ତାଙ୍କ ପଟକୁ ଟାଣିବାକୁ ବହୁ ବୟାନ ବାଜି କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ସମସ୍ତ ନେତା ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେବ ବୋଲି ଦାମବାବୁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ବହୁ ହଟଚମଟ ପରେ ଟାଣୁଆ ନେତା ବୈଜୟନ୍ତ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ବିଜେଡିର ଜଣେ ଆଗଧାଡ଼ିର ନେତା ବୈଜୟନ୍ତ ପଣ୍ଡା ସାଂସଦ ପଦ ଛାଡ଼ିବା ଏବଂ ଦଳରୁ ଇସ୍ତଫା ଦେଇଦବା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ୨୪ ଜାନୁଆରୀ ୨୦୧୮ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ଶଙ୍ଖ ସୁପ୍ରିମୋ । ପରେ ସେହିବର୍ଷ ମେ’ ୨୮ରେ ବୈଜୟନ୍ତ ନିଜେ ଦଳ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.