ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ ପଣ୍ଡା
1 min read
ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଆଜି ଡେରାବିଶର ବିଭିନ୍ନ ଅଞ୍ଚଳ ବୁଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି। ଡେରାବିଶର ଚାଟ୍ରା ଚକଡା ପଂଚାୟତର ତିଳକ ପୁର, ପଣ୍ଡିତ ପାଟଣା, ଦୁମୁକା, ତିଳକଣା, କୁଅଁର ପୁର ଗୋଳାର ହାଟ, ଚଷାଖଣ୍ଡ ଗାଁରେ ଘରକୁ ଘର ବୁଲି ବିଜୟ ମୋହାପାତ୍ରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ଅବସରରେ ବୈଜୟନ୍ତ କହିଛନ୍ତି, ବିଭିନ୍ନ ଆଳ ଦେଖାଇ ପାଟକୁରାରେ ନିର୍ବାଚନ ବିଳମ୍ବ କରାଗଲା। ଆଚରଣବିଧି ନଥିବାରୁ ବହୁତ ବେଆଇନ କାର୍ଯ୍ୟ କରାଗଲା। ଲୋକ ଏବେ ସତର୍କ ହେଲେଣି, ନିଶ୍ଚିତ ଭାବେ ବିଜେପିର ବିଜୟ ହେବ। ବିଧାନସଭାରେ ଯେଉଁଭଳି ଅଭିଜ୍ଞତା ଦରକାର, ଏବେ ବହୁତ କମ୍ ଦେଖାଯାଉଛି। ବିଜୟ ବାବୁଙ୍କ ଭଳି ଅଭିଜ୍ଞ ନେତା ବିଧାନସଭା ଯିବା ଦରକାର ବୋଲି ବୈଜୟନ୍ତ କହିଛନ୍ତି।